Below header

ଆଜି ରାଜଧାନୀ ଭୁବନେଶ୍ୱରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୪

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ୪୬ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ହେଉଛନ୍ତି ଜଣେ ୩୦ ବର୍ଷୀୟ ଯୁବକ । ସୂଚନା ମୁତାବକ ମହିଳା ଜଣଙ୍କ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଯେବେକି ଯୁବକ ଜଣଙ୍କ ହେଉଛନ୍ତି ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ । କହିରଖିବା ଉଚିତ ହେବଯେ, ଆଜି ପୂର୍ବାହ୍ନରେ ଖୋର୍ଦ୍ଧ ଜିଲ୍ଲାରୁ ୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ରାଜ୍ୟରେ ଆଜି ୧୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

କହିରଖିବା ଉଚିତ ହେବକି, ଆଜି ରାଜଧାନୀ ଭୁବନେଶ୍ୱରରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କହିରଖିବା ଉଚିତ ହେବକି, ଭୁବନେଶ୍ୱରରୁ ଏଯାବତ ୧୦୩ ଜଣ କରୋନା ପଜିଟିଭ କେସ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏମଧ୍ୟରୁ ୩ ଜାଣଙ୍କ ମୃତ୍ୟୁ ହୋଇଛି । ଯେବେକି ସହରରେ ୪୦ଟି ଆକ୍ଟିଭ କେସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.