ଲକଡାଉନରେ ପତିଙ୍କ ପାଇଁ ଏମିତି କାମ କଲେ ପ୍ରୀତିଜିଣ୍ଟା, ଭିଡିଓ ହେଲା ଭାଇରାଲ

କରୋନା ମହାମାରୀ ପାଇଁ ସାଧାରଣତଃ ଲୋକମାନଙ୍କୁ ଘରେ ରହି ସମୟ ବିତାଇବାକୁ ପଡୁଛି। କରୋନା ପାଇଁ ଜାରି ରହିଥିବା ଲକଡାଉନ୍ ପାଇଁ ଲୋକମାନଙ୍କୁ ଘରେ ରହି କିଛି ଲୋକମାନେ ନୂଆ ଜିନିଷ ଶିଖିବାକୁ ପାରିଛନ୍ତି। ସେ ସାଧାରଣ ଲୋକ ହୁଅନ୍ତୁ କି କୌଣସି ସେଲିବ୍ରେଟି। କିଏ କିଏ ବିଭିନ୍ନ ପ୍ରକାର ରୋଷେଇ ପ୍ରସ୍ତୁତ କରିବା ଶିଖିଥିବା ବେଳେ କିଏ ବହି ନିଜର ସାଥି କରିଛନ୍ତି।

pritiଏସବୁ ମଧ୍ଯରେ ଅଭିନେତା ଏବଂ ଅଭିନେତ୍ରୀମାନେ ଘରେ ଚୁଟି କାଟିବା ଏବଂ ଆଇବ୍ରୋ ସେପ୍ କରୁଥିବାର ନଜର ଆସିଛନ୍ତି। ପ୍ରଥମେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପତି ବିରାଟ କୋହଲିଙ୍କର ହେୟାର କଟ୍ କରିଥିଲେ। ଯାହାପରେ ରଣବୀର କପୁର ଗର୍ଲଫ୍ରେଣ୍ଡ ଆଲିୟାଙ୍କୁ ନିଜର ନୂଆ ଲୁକ୍ ଦେଇଥିଲେ। ସେହିଭଳି କ୍ରୁତି ସେନନ୍ ମଧ୍ଯ ଭଉଣୀ ନୂପୁର ସେନନଙ୍କ ଦ୍ବାରା ହେୟାର କଟ୍ କରାଇଥିଲେ। ଏସବୁ ମଧ୍ଯରେ ପ୍ରୀତି ଜିଣ୍ଟା ମଧ୍ଯ ରହିଛନ୍ତି।

priti1ପ୍ରୀତି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପତି ଗୁଡଇନଫଙ୍କର ହେୟାର କଟ୍ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସେୟାର କରି ପ୍ରତି ଲେଖିଛନ୍ତ, ‘ମତେ ଗୁଡଏନଫ ନିଜର କେଶ କାଟିବା ପାଇଁ ସୁଯୋଗ ଦେଇଛନ୍ତି, ଏନେଇ ମୁଁ ବୁଝି ପାରୁଛି ମୋ ଉପରେ ତାଙ୍କର କାଫି ଭରସା ରହିଛି।’ ମୁଁ ଆଶା କରୁଛି ସବୁ କିଛି ଠିକ୍ ଭାବେ ହେଇଯାଉ।


ଶେଷରେ ହେୟାର କଟ୍ ସରିବା ପରେ ପ୍ରୀତିଜିଣ୍ଟା ଗୁଡଏନଫଙ୍କ ସହ ଏକ ସେଲ୍ଫି ନେବା ସହ ଲେଖିଛନ୍ତି, ‘ହେୟାର କଟ୍ ସଫଳ ହୋଇଛି। ଏଥିପାଇଁ ମୁଁ ମଧ୍ଯ ବହୁତ ଖୁସି ଅଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.