Below header

ବାଇକ୍‌କୁ ପଛରୁ ପିଟିଲା କାର୍‌, ରାଜଗାଙ୍ଗପୁର ଲାଇଙ୍ଗ ନିକଟରେ ୨ ଜଣ ମୃତ

ସୁନ୍ଦରଗଡ଼ : ସଡ଼କ ଦୁର୍ଘଟଣା ନେଲା ୨ ଜଣଙ୍କ ଜୀବନ । ବିଜୁ ଏକ୍ସପ୍ରେସ େଓ୍ଵ ରାଜଗାଙ୍ଗପୁର ଥାନା ଲାଇଙ୍ଗ ନିକଟରେ କାର ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ରାଜଗାଙ୍ଗପୁର ପଟୁ ରାଉରକେଲାକୁ ଯାଉଥିବା ଏକ ଓ୍ଵାଗନର କାର ବାଇକ୍‌ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ମିଳି ପାରି ନାହିଁ ।

ଦୁର୍ଘଟଣା ପରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି । ଦୁର୍ଘଟଣାରେ କାର ଚାଳକ ମଧ୍ୟ ଅ।ହତ ହୋଇଥିବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି । ଦୁଇ ମୃତକଙ୍କ ଶବ ବ୍ଯବଛେଦ ପାଇଁ ରାଜଗାଙ୍ଗପୁର ଡାକ୍ତରଖାନାରେ ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.