ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ୨ଜଣ DRG ଯବାନ ଗୁରୁତର

ମାଲକାନଗିରି(କେନ୍ୟୁଜ): ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ଦୁଇ DRG ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟମପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ୨ ଜଣ ଜବାନ ଗୁରୁତର ହୋଇଥିବା ବସ୍ତର IG ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।

ସେମାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଝାରବାହି ଜଙ୍ଗଲରେ ମାଓ ଦମନ ଅପରେସନରେ DRG ଜବାନ ବାଇକରେ ଯାଇଥିବାବେଳେ ମାଓବାଦୀମାନେ ସିରିଜ୍‌ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.