ମହାନଦୀରେ ଜଳସ୍ତର ବୃଦ୍ଧି: ସୁବର୍ଣ୍ଣପୁରରୁ ତିଗିରିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ଦୁଇ ଫୁଟ୍‌ର ବନ୍ୟାଜଳ ପ୍ରବାହିତ

ଆଠଗଡ(କେନ୍ୟୁଜ୍): ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସୁବର୍ଣ୍ଣପୁରରୁ ତିଗିରିଆ ରାସ୍ତାରେ ହୁଳୁହୁଳା ପୋଲ ଉପରେ ଦୁଇ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯାତାୟତ ଏକ ପ୍ରକାର ଠପ୍‌ ହୋଇଯାଇଛି ।

ଅନ୍ୟପଟେ ଶହ ଶହ ଏକର ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରିଛି । ବନ୍ୟାଜଳ ପ୍ରବେଶ କରି ପରିବା ଫସଲ ନଷ୍ଟ ହୋଇଛି । ସେହିପରି ବନ୍ୟା ଜଳ ପ୍ରବେଶ କରିଥିବାରୁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.