ହକି ପଡିଆରେ ଜଗି ରହିଥିଲା ଯମ, ବିଦ୍ୟୁତ ଖୁଣ୍ଟ ଉଠାଉ ଉଠାଉ ଗଲା ଦୁଇ ଖେଳାଳିଙ୍କ ଜୀବନ

ସୁନ୍ଦରଗଡ଼(କେ ନ୍ୟୁଜ): ସବୁ ଦିନ ଭଳି ଅ।ଜି ମଧ୍ୟ ସକାଳୁ ହକି ଷ୍ଟିକ ଧରି ଘରୁ ବାହାରିଥିଲେ, ହକି ଖେଳିବେ ଅଭ୍ୟାସ କରିବେ ଘରକୁ ଫେରିବେ ହେଲେ ଜାଣି ନଥିଲେ ଅ।ଜି କିନ୍ତୁ ଅ।ଉ ଘରକୁ ଫେରିପାରିବେନି କାରଣ ହକି ପଡିଅ। ପାଖରେ ଜଗି ବସିଛି ଜମ। ରାଜଗାଙ୍ଗପୁର ଥାନା ଅଲଣ୍ଡା ପଂଚାୟତ ଗରିଅ।ମାଲ ଗ୍ରାମରେ ପ୍ରତିଦିନ ଭଳି ଅ।ଜି ମଧ୍ୟ ଅ।ଖପାଖ ଅଂଚଳର ପିଲାମାନେ ଏଠାରେ ହକି ଖେଳିଥାନ୍ତି । ସେମାନଙ୍କୁ ସ୍ଥାନୀୟ କୋଚ ସୁନିଲ ତିଗା ପ୍ରଶିକ୍ଷଣ ଦେଇଥାନ୍ତି। ଗତ ୨ ଦିନ ତଳେ ରାତିରେ ଜୋରରେ ପବନ ହେବା ଫଳରେ ପଡିଅ। ପାଖ ଦେଇ ଘରକୁ ମାନଙ୍କୁ ଯାଇଥିବା ସର୍ଭିସ ତାର ବନ୍ଧା ଯାଇଥିବା ଲୁହା ପାଇପ ଉପୁଡି ପଡିଥିଲା । ଏହି ଯୁବକ ମାନେ ଏହି ଲୁହା ପାଇପକୁ ପୁଣି ଥରେ ପୋତୁଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲାଗିଯାଇଥିଲା ।

ଫଳରେ ବିଦ୍ୟୁତ ଅ।ଘାତରେ ସୁଜଲ ଏକ୍କା ଓ ବିରେନ୍ଦ୍ର କୁଜୁର ନାମକ ୨ ହକି ଖେଳାଳି ମୃତ୍ୟୁ ବରଣ କରିଥିବା ବେଳେ ଅ।ଉ ୨ ଜଣ ଅ।ହତ ହୋଇ ରାଜଗାଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଅ।ଜି ୨ ଜୀବନ ଯାଇଛି। କାରଣ ୧୧ କେଭି ତାର ଯେତିକି ଉଚ୍ଚତାରେ ରହିବା କଥା ତାହା ନଥିଲା ଓ ବହୁ ତଳେ ଥିବାରୁ ଲୁହା ପାଇପକୁ ପୋତୁଥିବା ବେଳେ ତାର ସଂଶର୍ଷ୍ପରେ ଅ।ସିଥିଲା । ଏହି ଖବର ପାଇବା ପରେ ବର୍ତ୍ତମାନ ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବିଦ୍ୟୁତ ବିଭାଗର ଅବହେଳା ପାଇଁ ଯାଇଥିବା ୨ ମୃତକଙ୍କ ପରିବାରକୁ ଉଚ୍ଚ କ୍ଷତିପୁରଣ ଯୋଗାଇଦେବାକୁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.