Below header

ଚାକିରୀ ଦେବା ନାଁରେ ଆନ୍ତଃରାଜ୍ୟ ଯୁବତୀ ଚାଲାଣ ରାକେଟର ପର୍ଦାଫାସ, ୩ ଦଲାଲ ଗିରଫ

ରାଇରଙ୍ଗପୁର: ଚାକିରୀ ଯୋଗାଇଦେବା ନାଁରେ ଆନ୍ତଃରାଜ୍ୟ ଯୁବତୀ ଚାଲାଣ ରାକେଟର ପର୍ଦାଫାସ ହୋଇଛି । ଘଟଣାରେ ସମ୍ପୃକ୍ତ ୩ ଦଲାଲଙ୍କୁ ଗିରଫ କରାଯାଇଛି ।ଲକ୍ଷ ଲକ୍ଷ ବଦଳରେ ବେଧଡକ ହେଉଥିଲା ଯୁବତୀ ଚାଲାଣ । ଏହା ସହ ସେମାନେ ମାତ୍ର ୧ ଲକ୍ଷ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଯୁବତୀ ଦୁହେଁ ମଧ୍ୟପ୍ରଦେଶରୁ ଉଦ୍ଧାର ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ଆଜକୁ ଠିକ ମାସକ ତଳେ ଯୁବକ ଜଣଙ୍କ ମିଛ ଚାକିରୀ ପ୍ରଲୋଭନ ଦେଖାଇ ଦୁଇ ଯୁବତୀଙ୍କୁ ନେଇ ଯାଇଥିଲେ ।

କିନ୍ତୁ ପରେ ପରିବାର ଲୋକେ ଯେତେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ପାରିନଥିଲା । ପରେ ଅନେକ ଖୋଜ ଖବର ନେବା ପରେ ଓ ଗୋରୁମହିଶାଣି ଓ ରାଇରଙ୍ଗପୁର  ପୋଲିସର ହସ୍ତକ୍ଷେପ ପରେ ଦୁହେଁ ମଧ୍ୟପ୍ରଦେଶରେ ଥିବା ନେଇ ଠାବ ହେବା ସହ ଉଦ୍ଧାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.