Below header

ଆଜି ନବରାତ୍ରୀର ପଞ୍ଚମ ଦିନ, ସନ୍ତାନ ସୁଖ ପ୍ରାପ୍ତି ପାଇଁ କରନ୍ତୁ ଦେବୀ ସ୍କନ୍ଦମାତାଙ୍କ ପୂଜା

ଆଜି ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ମାଁ ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ। ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା। ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମାଁ ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବନ୍ଦ କରିଥିଲେ।

skandamataମାତାଙ୍କ ସ୍ୱରୂପ:

ଦେବୀ ଦୁର୍ଗାଙ୍କ ପଞ୍ଚମ ଅବତାରକୁ ସ୍କନ୍ଦମାତା କୁହାଯାଇଥାଏ। ଭଗବାନ ସ୍କନ୍ଦ ବାଲ୍ୟ ରୂପେ ମାତା ସ୍କନ୍ଦଙ୍କ କୋଳରେ ବିରାଜିତ ହୋଇଛନ୍ତି। ମାତାଙ୍କ ଏହି ଦିନ ସାଧକଙ୍କ ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ। ସ୍କନ୍ଦମାତାଙ୍କୁ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ସ୍କନ୍ଦଙ୍କୁ କୁମାର କାର୍ତ୍ତିକେୟ କୁହାଯାଇଥାଏ। ଥରେ ଇନ୍ଦ୍ର କାର୍ତ୍ତିକଙ୍କୁ ଉପହାସ କରିବା ସହ କହିଥିଲେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁନ୍ତି। ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତକଙ୍କୁ ଉଠାଇ ନେଇଥିଲେ।

maa-skandmataସନ୍ତାନ ସୁଖ ଏବଂ ନିରୋଗୀ ହେବା ପାଇଁ କରନ୍ତୁ ମାଁଙ୍କ ପୂଜା:

ମାଁ ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ନୁହେଁ ବରଂ ରୋଗରୁ ମୁକ୍ତି ହେବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଏହି କାରଣରୁ ଯେଉଁ ମହିଳାମାନେ ସନ୍ତାନ ସୁଖରୁ ବଞ୍ଚିତ ଅଚନ୍ତି ସେମାନେ ନବରାତ୍ରୀ ସମୟରେ ମାଁ ସ୍କନ୍ଦମାତାଙ୍କ ପୂଜା କରିବା ସହ ମାଁଙ୍କୁ ନାଲି ରଙ୍ଗର ବସ୍ତ୍ର, ସୁହାଗ(ସିନ୍ଦୁର), ନାଲି ଚୁଡି, ମହାସ୍ୱର, ନାଲି ବିନ୍ଦି, ସେଓ ଏବଂ ନାଲି ଫୁଲ ଏବଂ ଚାଉଳ ବାନ୍ଧି ମାଁଙ୍କ କୋଳରେ ରଖନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚୟ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.