ଅଭିନବ ଉପାୟରେ କରୁଥିଲେ ଲୁଟ୍, ୨ ନିଶାଦିଆ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ୍
ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ। ଧରାପଡିଲେ ନିଶାଦିଆ ଲୁଟେରା। ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଓ ଅନ୍ୟ ଜଣେ ଯାଜପୁରର।
ଲୁଟେରା ଦୁଇ ଜଣ ଅଭିନବ ଉପାୟରେ ଲୁଟ୍ କରୁଥିଲେ। ଭୁବନେଶ୍ୱର ବାଣୀବିହାର ଛକରୁ କାର୍ ଯୋଗେ ଯାତ୍ରୀଙ୍କୁ ଉଠାଉଥିଲେ। ଏହାପରେ ରାସ୍ତାରେ ମୃଦୁ ପାନୀୟରେ ନିଶା ଦେଇ ଅଚେତ୍ କରାଇଦେଉଥିଲେ।
ଅଚେତ୍ ହେବା ପରେ ଲୁଟ୍ କରି ଯାତ୍ରୀଙ୍କୁ ରାସ୍ତାରେ ଫିଙ୍ଗି ଚାଲିଯାଉଥିଲେ। ଏନେଇ ସହିଦ ନଗର ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଗତକାଲି ୨ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।