ନାଗବଳୀ ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

ନାଗବଳୀ ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ। ରାୟଗଡ଼ା ଜିଲ୍ଲା ସlଚାନ୍ଦିଲି ଅଞ୍ଚଳରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ରାୟଗଡ଼ା : ନାଗବଳୀ ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ। ରାୟଗଡ଼ା ଜିଲ୍ଲା ସlଚାନ୍ଦିଲି ଅଞ୍ଚଳରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ତୁଳସl ଅବଦୁଲଙ୍କ ଝିଅ  ଅନୁ ଅବଦୁଲକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଥିଲେ।

ନିଖୋଜ ଥିବା ରାଜକୁମାର ସୁନାଙ୍କ ଝିଅ ହେମlବତୀ ସୁନାକୁ ବର୍ତ୍ତମାନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।  ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସାଚାନ୍ଦିଲି ମହିମାପଡା ଅଞ୍ଚଳରେ।  ଅନୁ ଅବଦୁଲଙ୍କ ବୟସ ୧୦ ବର୍ଷ ହୋଇଥିବା ସମୟରେ ହେମlବତୀ ସୁନାଙ୍କ ବୟସ ୧୧ ବର୍ଷ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ଦୁଇ ସାଙ୍ଗ ସ୍କୁଲରୁ ଫେରି ଗାଧୋଇବା ସମୟରେ ଏପରି ଅଘଟଣ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.