କେନ୍ଦ୍ରାପଡା: ପୋଖରୀ କୂଳରେ ବାଲି ଅତଡା ଖସି ଦୁଇ ନାବାଳକ ମୃତ

କେନ୍ଦ୍ରାପଡା(କେନ୍ୟୁଜ୍‌): ବାଲି ଅତଡା ଖସି ଦୁଇ ନାବାଳକ ମୃତ। ପୋଖରୀ କୂଳରେ ବାଲି ଅତଡା ଖସି ଦୁଇ ନାବାଳକ ମୃତ। କେନ୍ଦ୍ରାପଡା ମାଗୁରଗଣ୍ଡ ପାଟଣାରେ ଅଭାବନୀୟ ଘଟଣା । ଦୁଇ ନାବାଳକଙ୍କ ବୟସ ନଅ ଓ ବାର ବର୍ଷ।

ପୋଖରୀ କୂଳରେ ଖେଳୁଥିବାବେଳେ ବାଲି ଅତଡା ଧସେଇ ହୋଇପଡିଥିଲା। ପୋଖରୀ କୂଳରେ ତିନି ଜଣ ପିଲା ଖେଳୁଥିଲେ । ହଠାତ ପୋଖରୀ ହୁଡ଼ାରୁ ବାଲି ଅତଡା ଖସି ପଡ଼ିବାରୁ ଦୁଇଜଣ ପୋତି ହୋଇପଡିଥିଲେ। ଅନ୍ୟ ଜଣେ ପିଲା ଦଉଡି ଆସି ଗାଁ ଲୋକଙ୍କୁ ଡାକିଥିଲେ। ଦୁଇ ପିଲାଙ୍କୁ କେନ୍ଦ୍ରାପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।