ରାଉରକେଲା : ୧୩ ଦିନ ପରେ ଆରଏସପି ଡମ୍ପିଙ୍ଗ୍ ୟାର୍ଡରୁ ଉଦ୍ଧାର ହେଲା ଆଉ ୨ଟି ମୃତଦେହ

ସପ୍ତାହେ ପୂର୍ବରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏବେ ସୁଦ୍ଧା ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  

ରାଉରକେଲା : ୧୩ ଦିନ ପରେ ଆରଏସପି ଡମ୍ପିଙ୍ଗ୍ ୟାର୍ଡରୁ ଉଦ୍ଧାର ହୋଇଛି ଆଉ ୨ଟି ମୃତଦେହ । ସପ୍ତାହେ ପୂର୍ବରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏବେ ସୁଦ୍ଧା ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ଗତ ଶନିବାର ଓଡ୍ରାଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଆରମ୍ଭ ହେବା ପରେ ରାଜୁ ନାୟକ ନାମକ ଜଣେ ଯୁବକର ମୃତଦେହ ମିଳିଥିଲା । ତେବେ ପରଦିନ ବାରମ୍ବାର ପ୍ରୟାସ କରି ଓଡ୍ରାଫ୍ ଟିମ୍ ବିଫଳ ହେବା ପରେ ଆରଏସପି କର୍ତୃପକ୍ଷ ଉଦ୍ଧାର କାର୍ଯ୍ଯ ନିଜ ହାତକୁ ନେଇଥିଲେ ।

ସୂଚନାଯୋଗ୍ଯ, ଗତ ୩ ତାରିଖରେ ସ୍ଥାନୀୟ ଶୀତଳପଡା ବସ୍ତିର ୫ ଜଣ ଯୁବକ ଚୋରୀ ଉଦ୍ଦେଶ୍ଯରେ ଟନେଲ୍ ଦେଇ କାରଖାନା ଭିତରକୁ ଯାଇ ଆଉ ଫେରିନଥିଲେ । ନିଖୋଜଙ୍କ ପରିବାର ପକ୍ଷରୁ ମାମଲା ରୁଜୁ ହେବା ପରେ ଲୋକଲୋଚନକୁ ଘଟଣାଟି ଆସିଥିଲା । ଯାହା ପରେ ଉଦ୍ଧାର କାର୍ଯ୍ଯ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.