ଯାଜପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଆଉ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ରେ ଆଉ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମଲ୍ଲିକ ଓରଫ ସିରିଆ ଏବଂ ସଞ୍ଜୟ ମଲିକ ଓରଫ ଚଗଲା କୁ ଗିରଫ କଲା ଯାଜପୁର ପୋଲିସ। ଉଭୟଙ୍କ ଘର ସ୍ଥାନୀୟ ବାମଦେବପୁରରେ। ଏହି ଘଟଣା ରେ ମୋଟ ୧୯ ଅଭିଯୁକ୍ତ ଗିରଫ ହେଲେଣି।