ଏପ୍ରିଲ ମାସରେ ହେବ ଜେଇଇ ମେନ୍, ଏଥର ଚାରିଟି ବଦଳରେ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଏପ୍ରିଲ ମାସରେ ହେବ ଜେଇଇ ମେନ ପରୀକ୍ଷା। ଏଥର ଚାରିଟି ବଦଳରେ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା। ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ୨୪ ରୁ ୨୯ ମଧ୍ୟରେ ହେବ। ମାର୍ଚ୍ଚ ୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ପ୍ରଥମ ସିଟିଂ ସକାଳ ୯ ରୁ ୧୨ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୩ ଟାରୁ ୬ଟା ପର୍ଯ୍ୟନ୍ତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୋଟିସ ଜାରି କରିଛି। ପୂର୍ବରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇ NTA ୪ ଥର ଜେଇଇ ମେନ୍‌ ପରୀକ୍ଷା କରୁଥିଲା। ହେଲେ ଚଳିତବର୍ଷ କେବଳ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ।

ଦେଶରେ ଥିବା ଇଞ୍ଜିନିୟରିଂ କଲେଜ ସହ IIT ଓ NITରେ ନାମାଲେଖାଇବା ପାଇଁ ପ୍ରତିବର୍ଷ ଦେବାକୁ ପଡିଥାଏ ସର୍ବଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌।

You might also like