ଢେଙ୍କାନାଳ: ପଡାଛକ କାଜଲ ଢାବା ସମ୍ମୁଖରେ ଛିଡା ହୋଇଥିବା ଏକ କାର୍‌ ଭିତରେ ପଡି ରହିଛି ମୃତଦେହ

ଢେଙ୍କାନାଳ (କେନ୍ଯୁଜ୍):କାର୍‌ ଭିତରେ ମୃତଦେହ। ଢେଙ୍କାନାଳ ହିନ୍ଦୋଳ ଥାନା ଅନ୍ତର୍ଗତ ପଡାଛକ କାଜଲ ଢାବା ସମ୍ମୁଖରେ ଛିଡା ହୋଇଥିବା ଏକ କାର୍‌ ଭିତରୁ ମୃତଦେହ ଉଦ୍ଧାର। ହିନ୍ଦୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। କାର୍‌ କାଚ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଢେଙ୍କାନାଳ ଭୁବନ କାନପୁରର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ସେ ମହାରାଷ୍ଟ୍ରର ନାଗପୁରରେ ଏକ ମାଇନ୍‌ସରେ ଅତିରିକ୍ତ ମ୍ୟାନେଜର ଭାବେ କାମ କରୁଥିଲେ।

ତାଙ୍କର ପତ୍ନୀ ଓ ୨ ବର୍ଷର ଏକ ଝିଅ ଅଛି। ପ୍ରଣବ ପୂର୍ଣ୍ଣଚନ୍ଦ୍ରଙ୍କ ନାଁରେ ୧୦ରୁ ଅଧିକ ଗାଡି ରହିଛି। କାର୍‌ ଭିତରୁ ମୋବାଇଲ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ ହୋଇଛି। ତେବେ କିପରି ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଜାରି ରହିଛି।