CSK ହାତ ଛାଡିବା ପରେ ଆଇପିଏଲରେ ରାଇନାଙ୍କୁ ଏଣ୍ଟ୍ରି ଦେଇପାରେ ଏହି ଟିମ୍, ଭାଇରଲ ହେଉଛି ଫଟୋ
ଚଳିତ ଆଇପିଏଲ ୨୦୨୨ ସିଜିନ ପାଇଁ ନିଲାମୀ ସରିଯାଇଛି। ଆଉ ସବୁ ଖେଳାଳିଙ୍କ ମଧ୍ୟ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ସୁରେଶ ରାଇନାଙ୍କୁ କେବଳ ଚେନ୍ନାଇ ନୁହେଁ ଅନ୍ୟ କୌଣସି ଟିମ୍ ମଧ୍ୟ କିଣିନଥିଲା। ଯାହାକୁ ନେଇ ବହୁତ ମନ ଦୁଃଖ କରିଥିଲେ ରାଇନା।
କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାଇନା ଗୁଜୁରାଟ ଟାଇଟନ୍ସର ଜର୍ସି ପିନ୍ଧିଥିବା ଦେଖାଯାଉଛି । ଯାହାକୁ ଦେଖି କ୍ରିକେଟ ଫ୍ୟାନ୍ସ ରାଇନା ଫେରୁଥିବା ନେଇ ଆକଳନ କରୁଛନ୍ତି।
ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜେସନ ରୟ ଆଇପିଏଲର ଚଳିତ ସିଜିନରୁ ଓହରି ଯାଇଛନ୍ତି । ଜେସନଙ୍କ ସ୍ଥାନରେ ରାଇନାଙ୍କୁ ଜାଗା ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ରାଇନା ଆଇପିଏଲରେ ଗୁଜୁରାଟ ଫ୍ରାଞ୍ଚାଇଜର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି ।
Jason Roy 🔄 Suresh Raina. Possible ?#GujaratTitans pic.twitter.com/aHj0P9PiFl
— Dr. Cric Point (@drcricpoint) March 1, 2022
ମିଷ୍ଟର ଆଇପିଏଲ ନାମରେ ଜଣାଶୁଣା ରାଇନାଙ୍କ ବେସ୍ ପ୍ରାଇସ ମାତ୍ର ୨ କୋଟି ଟଙ୍କା ଥିଲା। କିନ୍ତୁ ତାଙ୍କୁ କୌଣସି ଟିମ୍ କିଣିନଥିଲା। ସେ ଅନସୋଲ୍ଡ ରହିଥିଲେ। ଚଳିତଥର ଆଇପିଏଲରେ କେବଳ ରାଇନା ନୁହେଁ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ମଧ୍ୟ ଅନସୋଲ୍ଡ ରହିଥିଲେ।