Below header

ଦେହରେ ଖାକି ବର୍ଦ୍ଦି ପିନ୍ଧିଛନ୍ତି ହେଲେ କରୁଛନ୍ତି ଗୁଣ୍ଡାଗର୍ଦ୍ଦି, ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଜଣ ଗିରଫ

ପୋଲିସ ଚୋରକୁ ଧରିବ କଣ ଏଠି ନିଜେ ପୋଲିସ ଚୋରଙ୍କ ସହିତ ମିଶି କରୁଛନ୍ତି ଚୋରି । ଆପଣଙ୍କୁ କଥାଟା ଟିକେ ଅଲଗା ଲାଗିପାରେ କିନ୍ତୁ ଏମିତି ହିଁ ଘଟିଛି ଆଜ୍ଞା । ଖାଲି ଚୋରି ନୁହେଁ ତାସହିତ ଧମକଚମକ ଆଉ ନାଲି ଆଖି ବି ଦେଖାଉଥିଲେ ।

ସମ୍ବଲପୁର (କେନ୍ୟୁଜ) : ଆଜ୍ଞା ଆପଣ ଏ ଯେଉଁ ଚିତ୍ର ଦେଖୁଛନ୍ତି ଏମାନେ ପେଷାରେ ପୋଲିସ କର୍ମଚାରୀ । ଦେହରେ ଖାକି ବର୍ଦ୍ଦି ପିନ୍ଧିଛନ୍ତି ହେଲେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ପୋଲିସ୍‌ ହୋଇ ଲୁଟିଲେ ଟଙ୍କା ଆଉ ମୋବାଇଲ । ହଁ ଆଜ୍ଞା ଆପଣ ଯାହା ଶୁଣୁଛନ୍ତି ଠିକ୍‌ ଶୁଣୁଛନ୍ତି । ପୋଲିସ ଚୋରକୁ ଧରିବ କଣ ଏଠି ନିଜେ ପୋଲିସ ଚୋରଙ୍କ ସହିତ ମିଶି ଗୁଣ୍ଡାଗର୍ଦ୍ଦି କରୁଛି । ଆପଣଙ୍କୁ କଥାଟା ଟିକେ ଅଲଗା ଲାଗିପାରେ କିନ୍ତୁ ଏମିତି ହିଁ ଘଟିଛି ଆଜ୍ଞା । କିନ୍ତୁ ପୋଲିସ ବାବୁ ଦୁଇଜଣ ଏଠି ଧମକଚମକ ଆଉ ନାଲି ଆଖି ବି ଦେଖାଉଛନ୍ତି ।

ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଜଣ ହୋଇଛନ୍ତି ଗିରଫ । ମୋବାଇଲ ଛଡାଇ ତଥା ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ କାଲୁ, ସତ୍ୟନାରାୟଣ ପଶାୟତ, ବିଜୟ ପରୁଆ ଓ ବରେଇପାଲି ଥାନାର କନଷ୍ଟେବଲ ସଚିନ୍ଦ୍ର ପୃଷେଠ୍ ଓ ଓଏପିଏଫ ଯବାନ ମୂରଲୀ ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଅଇଁଠାପାଲି ଥାନା ପାଂଚଗୋଛିଆ ନିକଟରେ ସାହାବ ଉଦ୍ଦିନ ଖାନଙ୍କର ଏକ ପାନ ଦୋକାନ ରହିଛି । ତେବେ ଏହି ପାନ ଦୋକାନରେ ବସିଥିବା ସମୟରେ ବୁଧବାର ଅପରାହ୍ନ ସମୟରେ କିଛି ଯୁବକ ପହଂଚି ଗାଳି ଗୁଲଜ କରିବା ସହ ଜିନିଷ ପତ୍ର ଭଙ୍ଗାରୁଜା କରିଥିଲେ । ସେଥିରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ରହିଥିବା ଅଭିଯୋଗ ହୋଇଥିଲା ।

ତେବେ ଝଗଡାର ଫାଇଦା ଉଠାଇ ଦୁଇ ପୋଲିସ କର୍ମଚାରୀ ମୋବାଇଲ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ସହ ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । ଏ ଘଟଣାରେ ଆପଣ କଣ କହିବେ ଯଦି ପୋଲିସ ଏମିତି କାମ କରିବ ତାହେଲେ ସାଧାରଣ ଲୋକ କେମିତି ସୁରକ୍ଷା ପାଇବେ । ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.