ଜାଣନ୍ତୁ କେଉଁ ସମୟରେ ଇନସୁଲିନ୍‌ ନେଲେ ଶରୀର ପାଇଁ ହୋଇଥାଏ ଅଧିକ ଫଳପ୍ରଦ

କେଉଁ ସମୟରେ ଦରକାର ପଡିଥାଏ ଇନସୁଲିନ? ଶରୀରର ହରମୋନ ବିଷୟରେ ଜାଣନ୍ତୁ ଅନେକ କିଛି

ଇନସୁଲିନ ହେଉଛି ଅଗ୍ନାଶୟରେ ଉତ୍ପାଦିତ ଏକ ହରମୋନ । ଯାହା ବ୍ଲଡ ଗ୍ଲୁକୋଜକୁ ସନ୍ତୁଳିତ କରିବା ସହ ଶରୀରର ଗ୍ଲକୋଜକୁ ଶକ୍ତି ଭାବେ ବ୍ୟବହାର କରିଥାଏ । ତେବେ ଏହା ପେଟର ତଳିଭାଗରେ ହେଉଥିବା ଏକ ଗ୍ଲାଣ୍ଡ । ଡାଇବେଟିସ ରୋଗୀମାନଙ୍କୁ ଅନେକ ସମୟରେ ଇନସୁଲିନର ଆବଶ୍ୟକତା ପଡିଥାଏ । ତେବେ ଆସନ୍ତୁ ଜାଣିବା ଶରୀରରେ ଇନସୁଲିନର ଆବଶ୍ୟକତା କ’ଣ ଏବଂ କେବେ ପଡିଥାଏ ।

ଇନସୁଲିନ ମୁଖ୍ୟତଃ ବ୍ଲଡ ସୁଗାର ନିୟନ୍ତ୍ରଣ କରିଥାଏ । ଯେବେ ଆମ ଶରୀରରେ ରକ୍ତରେ ଗ୍ଲୁକୋଜର ପରିମାଣ ଅଧିକ ହୁଏ, ସେତେବେଳେ ଇନସୁଲିନ ଗ୍ଲୁକୋଜକୁ ଲିଭରରେ ଜମା କରିବା ଭଳି କାମ କରିଥାଏ । ତେବେ ବ୍ଲଡ ସୁଗାର କମ୍ ନ ହେବା ପର୍ଯ୍ୟନ୍ତ ଷ୍ଟୋର ହୋଇ ରହିଥିବା ଗ୍ଲୁକୋଜ ବାହାରି ନଥାଏ । ମଣିଷ ଶରୀରରେ ଇନସୁଲିନର ସଠିକ ଉପଯୋଗ ନ ହେବା କିମ୍ବା ଶରୀରରେ ଇନସୁଲିନ ନିର୍ମାଣ ନ ହେବା ଦ୍ୱାରା ଡାଇବେଟିସ ଭଳି ରୋଗ ଦେଖା ଦେଇଥାଏ । ଏହି ସମୟରେ ଅତିରିକ୍ତ ଇନସୁଲିନର ବ୍ୟବହାର ଆବଶ୍ୟକ ହୁାଏ ।

ଡାଇବେଟିସ ମୁଖ୍ୟତଃ ଟାଇପ-୧ ଏବଂ ଟାଇପ-୨ ଦୁଇ ପ୍ରକାରର ହୋଇଥାଏ । ଟାଇପ-୧ ଡାଇବେଟିସ ଏକ ଅଟୋମ୍ୟୁନ ରୋଗ ଅଟେ । ଏହି ରୋଗରେ ଶରୀର ନିଜେ ନିଜ ଉପରେ ଆକ୍ରମଣ କରିଥାଏ । ଏହି ରୋଗ ସମୟରେ ଶରୀର ସଠିକ ଭାବରେ ଇନସୁଲିନ ପ୍ରସ୍ତୁତ କରିପାରିନଥାଏ । କାରଣ ରକ୍ଷା କରୁଥିବା ସେଲ୍ସ ଅଗ୍ନାଶୟରେ ଇନସୁଲିନ ପ୍ରସ୍ତୁତକାରୀ ସେଲ୍ସଗୁଡିକୁ କ୍ଷତି ପହଞ୍ଚାଇଥାନ୍ତି । ତେବେ ବିଶେଷ କରି ଯୁବବର୍ଗରେ ଏପରି ଡାଇବେଟିସ ଦେଖା ଦେଇଥାଏ ।

ସେହିପରି ଟାଇପ-୨ ଡାଇବେଟିସରେ ଶରୀରକୁ ସାଧାରଣଭାବେ ରଖିବା ପାଇଁ ଅଧିକ ମାତ୍ରାରେ ଇନସୁଲିନର ଆବଶ୍ୟକତା ପଡିଥାଏ । ତେବେ ଅଧିକ ଉତ୍ପାଦନ ପରେ ଅଗ୍ନାଶୟରେ ଇନସୁଲିନ ପ୍ରସ୍ତୁତକାରୀ ସେଲଗୁଡିକ ଜଳିଯାଇଥାନ୍ତି । ଏହି ପ୍ରକାରର ଡାଇବେଟିସ କୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.