ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି: ଲୁଟିବା ବେଳେ ଧରାପଡ଼ି ପୋଲିସ ଗିରଫ

ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଗିରଫ। ମୋବାଇଲ ଛଡାଇ ତଥା ଟଂକା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ। ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବଲପୁର (କେନ୍ୟୁଜ): ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଗିରଫ । ମୋବାଇଲ ଛଡାଇ ତଥା ଟଂକା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ କାଲୁ, ସତ୍ୟନାରାୟଣ ପଶାୟତ, ବିଜୟ ପରୁଆ ଓ ବରେଇପାଲି ଥାନାରେ କନଷ୍ଟେବଲ ସଚିନ୍ଦ୍ର ପୃଷେଠ୍ ଓ ଓଏପିଏଫ ଯବାନ ମୂରଲୀ ବେହେରା ବୋଲି ଜଣାପଡିଛି।

ସୂଚନା ଅନୁସାରେ ଅଇଁଠାପାଲି ଥାନା ପାଞ୍ଚ ଗୋଛିଆ ନିକଟରେ ଥିବା ସାହାବ ଉଦ୍ଦିନ ଖାନଙ୍କ ପାନ ଦୋକାନ ରହିଛି । ତେବେ ପାନ ଦୋକାନରେ ବସିଥିବା ସମୟରେ ବୁଧବାର ଅପରାହ୍ନ ସମୟରେ କିଛି ଜଣ ଯୁବକ ପହଂଚି ଗାଳି ଗୁଳଜ କରିବା ସହ ଭଙ୍ଗାରୁଜା କରିଥିଲେ । ସେଥିରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ରହିଥିବା ଅଭିଯୋଗ ହୋଇଥିଲା । ଝଗଡାର ଫାଇଦା ଉଠାଇ ଦୁଇ ପୋଲିସ କର୍ମଚାରୀ ମୋବାଇଲ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ସହ ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.