ବୋତଲରେ ପେଟ୍ରୋଲ ନ ଦେବାରୁ ଘଟିଛି ଭୟଙ୍କର କାଣ୍ଡ, ଭାଇରାଲ ହେଉଛି ଭିଡିଓ

ନିକଟରେ ଏହି ଘଟଣା ରାଜସ୍ଥାନର ଉଦୟପୁରରେ ଘଟିଛି । ବୋତଲରେ ପେଟ୍ରୋଲ ନଦେବାରୁ ଏହି ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ କିଛି ବଦମାସ ଲୋକମାନେ ଆକ୍ରମଣ କରି ପେଟ୍ରୋଲ ପମ୍ପର ଜିନିଷ ସବୁ ଭଙ୍ଗାରୁଜା କରିଥିଲେ ।

ବୋତଲରେ ପେଟ୍ରୋଲ ନ ଦେବାରୁ ଘଟିଛି ଭୟଙ୍କର କାଣ୍ଡ । ଏହି ଘଟଣା ନିକଟରେ ରାଜସ୍ଥାନର ଉଦୟପୁରରେ ଘଟିଛି । ବୋତଲରେ ପେଟ୍ରୋଲ ନଦେବାରୁ ଏହି ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ କିଛି ବଦମାସ ଲୋକମାନେ ଆକ୍ରମଣ କରି ପେଟ୍ରୋଲ ପମ୍ପର ଜିନିଷ ସବୁ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ରାମପୁରାରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପରେ ଘଟିଛି ।

ଏକ ପରିବାର ପ୍ରଥମେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବୋତଲରେ ପେଟ୍ରୋଲ ମାଗିଥିଲେ । କିନ୍ତୁ ବୋତଲରେ ପେଟ୍ରୋଲ ଦେବା ପାଇଁ କର୍ମଚାରୀମାନେ ସିଧା ସିଧା ମନା କରିଦେଇଥିଲେ । ଆଉ ଏହା ପରେ ଏହି ବଦମାସ ଲୋକମାନେ ପେଟ୍ରୋଲ ପମ୍ପରେ ଖୁବ ହଙ୍ଗାମା କରିଥିଲେ । ଏହା ମଧ୍ୟରୁ ଜଣେ ଯୁବକ ପେଟ୍ରୋଲ ପମ୍ପର ଷ୍ଟାଫଙ୍କୁ ଖୁବ ମାଡ଼ ମାରିଥିଲେ ଏବଂ ଏହାପରେ ପେଟ୍ରୋଲ ପମ୍ପର ଅନେକ ଜିନିଷ ଭଙ୍ଗାରୁଜା ମଧ୍ୟ କରିଥିଲେ ।

 

View this post on Instagram

 

A post shared by Kalinga TV (@kalingatv24x7)

ଆତ୍ମସୁରକ୍ଷା ପାଇଁ ଏହି ଷ୍ଟାଫ ଜଣଙ୍କ ଏକ ରୁମକୁ ପଳାଇଥିଲେ କିନ୍ତୁ ଏହି ଯୁବକ ସେଠି ମଧ୍ୟ ତାଙ୍କୁ ଛାଡ଼ିନଥିଲେ । ରୁମରେ ପଶି ଯୁବକ ଜଣଙ୍କ ଷ୍ଟାଫଙ୍କୁ ଅନେକ ଗାଳିଗୁଲଜ କରିଥିଲେ ଏବଂ ବାଡ଼ିରେ ଖୁବ ମାଡ଼ ମାରିଥିଲେ ।  ଏହି ଷ୍ଟାଫ ଜଣଙ୍କ ଖୁବ ଭଲରେ ବୁଝେଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି ହେଲେ ଏହି ଯୁବକ ଜଣକ ମାରପିଟ ଜାରି ରଖିଥିଲେ । ଏହାପରେ ପେଟ୍ରୋଲ ପମ୍ପର କିଛି ଷ୍ଟାଫ ଆସି ଏମାନଙ୍କୁ ବୁଝାଇଥିଲେ ତଥାପି ଏହି ଯୁବକ ରହିନଥିଲେ । ପେଟ୍ରୋଲ ପମ୍ପର ଜିନିଷ ଭଙ୍ଗାରୁଜା କରି ଅନେକ କ୍ଷତି ମଧ୍ୟ କରିଥିଲେ ।

ତେବେ ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଅନେକ ସମୟ ପର୍ଯ୍ୟନ୍ତ ଏହି ଝଗଡା ଲାଗିରହିଥିଲା । ଏହାପରେ ଅମ୍ବାମାତା ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ବୋତଲରେ ପେଟ୍ରୋଲ ଯୋଗାଇବା ନେଇ ଅନେକ ସମୟ ପର୍ଯ୍ୟନ୍ତ ଏହି ବିବାଦ ଲାଗି ରହିଥିଲା । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.