ଜଳସେଚନ କାର୍ଯ୍ୟଳୟ ନିକଟସ୍ଥ ଜମିରୁ ବାଇକ ସହ ଦୁଇ ଅଜଣା ଆହତ ବ୍ୟକ୍ତି ଉଦ୍ଧାର

ଗୁଣପୁର(କେ ନ୍ୟୁଜ): ରାୟଗଡା ଜିଲ୍ଲା ଗୁଣପୁର ଥାନା ଉଠା ଜଳସେଚନ କାର୍ଯ୍ୟଳୟ ନିକଟସ୍ଥ ଧାନ ଜମିରୁ ଅଜଣା ଦୁଇଜଣ ବ୍ୟକ୍ତିଙ୍କ ସହ ବାଇକକୁ ଉଦ୍ଧାର କରାଯାଇଛି । ବିଲମ୍ବିତ ରାତିରେ ବାଇକ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି । ବାଇକଟି ଆସୁଥିବା ବେଳେ,

ରାସ୍ତାର ଏକ ମୋଡ଼ ନିକଟରେ ଥିବା ଏକ ଧାନବିଲ ମଧ୍ୟରେ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଲୋକେ ଦେଖି ଅଗ୍ନିଶମ ବାହିନୀ ଓ ପୋଲିସ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ଦୁଇଜଣଙ୍କୁ ଡାକ୍ତରଖାନା ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.