ବ୍ରହ୍ମପୁର: ଶୌଚ ହେବାକୁ ଯାଇଥିବାବେଳେ ଅଘଟଣ, ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ
ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି -ବ୍ରହ୍ମପୁର ମୂଖ୍ୟ ରାସ୍ତା ଗୋକର୍ଣପୁର ବ୍ରିଜ ନିକଟରେ ଅଘଟଣ।ଶୌଚ କରିବାକୁ ଯାଇଥିବା ବେଳେ ଅଜଣା ଗାଡି ଧକ୍କା ରେ ଦୁଇ ଜଣ ମହିଳା ମୃତ।ମୃତକ ଦୁଇ ଜଣ ମହିଳା ହେଲେ ଗୋକର୍ଣପୁର ଗ୍ରାମର ତମାଳ ବିନ୍ଧାଣି , ଚିନାରୀ ବାଙ୍ଗାରି ।
ଆଜି ଭୋର ରେ ଦୁଇ ମହିଳା ଗାଁ ନିକଟ ରୁ କିଛି ଦୂର କୁ ରାସ୍ତା ଉପରେ ଝାଡା ଫେରି ଶୌଚ କରିବାକୁ ଯାଉଥିବା ବେଳେ ଗାଡି ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି ,ରାସ୍ତା ଉପରେ ଶବ ପଡିରହିଥିବା ବେଳେ ସ୍ଥାନୀୟ ଜନ ସାଧାରଣ ରାସ୍ତା ରୋକ କରିଥିଲେ,ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା ।
ଘଟଣା ସ୍ଥଳରେ ତହସିଲଦାର ଓ ପୋଲିସ ପହଞ୍ଚି ଦୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା, ରେଡ଼କ୍ରସ ରୁ ଦଶ ହଜାର ଟଙ୍କା ଲେଖା ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି ତହସିଲଦାର ଓ ଗରିବ ପରିବାର ହେତୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ମୃତକ ଙ୍କ ସମ୍ପର୍କୀୟ।