ଦୁଇ ବର୍ଷ କୁନି ପୁଅର ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍: ଗାଁର ଜଣେ ମହିଳା ଓ ତାର ନାବାଳକ ପୁଅ ଗିରଫ

ଜଗତସିଂପୁର(କେନ୍ଯୁଜ୍): ଗତକିଛି ଦିନ ତଳେ ଏହି ଖବର ବେଶ୍ ଆଲୋଡନ ଖେଳାଇଥିଲା ।  ମାମୁଁ ଘର ଯାଇଥିବା ଦୁଇ ବର୍ଷର କୁନି ପୁଅ ନିଖୋଜ ହେବାର ଦୁଇ ଦିନ ପରେ ନାଳରୁ ମିଳିଥିଲା ମୃତଦେହ। ହତ୍ଯା କରାଯାଇଥିବା ନେଇ ହୋଇଥିଲା ଅଭିଯୋଗ। ତେବେ ଏହି ଘଟଣାର ହୋଇଛି ପର୍ଦ୍ଦାଫାସ। ହତ୍ୟା କରିଥିବା ଅଭିଯୋଗରେ ଗାଁର ଜଣେ ମହିଳା ଏବଂ ତାର ନାବାଳକ ପୁଅକୁ ପୋଲିସ ଗିରଫ କରିଛି।

ପୋଲିସର କହିବା ମୁତାବକ, ଗାଁର ସୌଦାମିନୀ ବେହେରାଙ୍କ ପୁଅ କାର୍ତ୍ତିକେଶ୍ୱର ପୂଜା ପାଇଁ ବାଉଁଶ ନେଇ ଯାଉଥିଲା। ସେହି ସମୟରେ ବାଉଁଶଟି ସୌମ୍ୟ ଦେହରେ ବାଜିଥିଲା। ଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲା। ସୌମ୍ୟ ମରିଯାଇଥିବା ଭାବି ସୌଦାମିନୀଙ୍କ ପରାମର୍ଶରେ ତାଙ୍କ ପୁଅ ନାଳ ଭିତରକୁ ସୌମ୍ୟକୁ  ଫିଙ୍ଗି ଦେଇଥିଲା। ଏକଥା ସୌଦାମିନୀ ଓ ତାଙ୍କ ପୁଅ ସ୍ୱୀକାର କରିଥିବା ପୋଲିସ କହିଛି।

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ଦୁଇ ବର୍ଷର ପୁଅ ସୌମ୍ୟ ତା ମାଆ ସୋନୁଲତାଙ୍କ ସହିତ ଶଙ୍କରପୁର ସ୍ଥିତ ମାମୁ ଘରକୁ ବୁଲିବା ପାଇଁ ଯାଇଥିଲା। ଗତ ୮ ତାରିଖ ମଧ୍ୟାହ୍ନରେ ସୌମ୍ୟ ମାମୁଁ ଘର ପାଖରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ହେଲେ ସୌମ୍ୟର ପତ୍ତା ପାଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.