Below header

ଗାଧୋଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡି ୨ ଯୁବକ ମୃତ

ଗଜପତି(କେନ୍ଯୁଜ୍): ପୋଖରୀରେ ବୁଡି ଦୁଇ ଯୁବକ ମୃତ। ଏଭଳି ଏକ ଅଘଟଣ ଘଟିଛି ଗଜପତି ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ । ମୃତ ଯୁବକ ଦୁଇ ଜଣ ହେଉଛନ୍ତି ଏ.ସନ୍ତୋଷ(୨୪), ଜେ.ସାଇ (୨୮) । ଉଭୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର।

ସୂଚନା ମୁତାବକ, ଗାରବନ୍ଧ ଗ୍ରାମରେ ଘରୋଇ ପର୍ବ ପାଇଁ ଆସିଥିଲେ ସାଇ ଓ ସନ୍ତୋଷ। ତେବେ ଆଜି ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ହଠାତ୍ ଉଭୟ ବୁଡି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.