ଭଣ୍ଡାରିପୋଖରୀ କଅଁରା ପୋଖରୀ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ୨ମୃତ, ଜଣେ ଗୁରୁତର

ଭଦ୍ରକ(କେନ୍ଯୁଜ୍): ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା କଅଁରା ପୋଖରୀ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ମୃତକ ମାନେ ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଂଚାୟତ ଦିଗମ୍ବର ବିଶ୍ୱାଳ ଓ ତାଙ୍କ ସାଙ୍ଗ ଚନ୍ଦ୍ରଭାନୁପୁର ଗାଁ ର ଦୀପକ ପାତ୍ର । ଆହତ ଯୁବକ ହେଲେ ଦେବେନ୍ଦ୍ର ସାହୁ।

ତିନି ଜଣ ଯୁବକ ଗୋଟିଏ ପଲସର ଗାଡ଼ିରେ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା ଓ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ସେମାନଙ୍କ ମଧ୍ୟରୁ  ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦେବେନ୍ଦ୍ର ସାହୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି। ତେବେ କେଉଁ ଗାଡି ଧକ୍କା ଦେଇଛି ନା ଏମାନଙ୍କ ମୋଟର ସାଇକେଲ ଅଜଣା ଗାଡି ସହ ଧକ୍କା ହୋଇଛି ତାହା ଜଣା ପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.