ଆଇରନ ଟ୍ରକ ଧକ୍କାରେ କକା ଓ ପୁତୁରା ମୃତ, କ୍ଷତିପୂରଣ ଦାବି କରି ରାଜରାସ୍ତା ଅବରୋଧ କଲେ ଗାଁ ଲୋକେ

ମୟୁରଭଞ୍ଜ(କେ ନ୍ୟୁଜ): ଆଇରନ ଟ୍ରକ ଧକ୍କାରେ କକା ଓ ପୁତୁରା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ୨୨୦ନମ୍ବର ଜାତୀୟ ରାଜପଥ ତିରିଂ ଥାନା ବଡଡାଳିମା ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି ରାତିରେ କକା ପୁତୁରା ଖାଇ ବାହାରେ ହାତ ଧୋଇ ହେଉଥିବା ବେଳେ ଦ୍ରୁତ ଗତିରେ ବେପରୁଆ ଭାବେ କେଉଁଝରରୁ ଟାଟା ଅଭିମୁଖେ ଯାଉଥିବା ଆଇରନ ବୋଝେଇ ଟ୍ରକଟି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ପରିବାର ଲୋକେ ସ୍ଥାନୀୟ ମେଡିକାଲକୁ ନେଇଥିଲେ ତେବେ ଜଣଙ୍କର ବହଳଦା ଓ ଅନ୍ୟ ଜଣଙ୍କର ରାଇରଙ୍ଗପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ବଡଡାଳିମା ଗ୍ରାମର ତାରିଣୀ ବେହେରା ଓ ସିପୁ ବେହେରା । ଦୈନିକ ଝାଡଖଣ୍ଡଙ୍କୁ ଯାଉଥିବା ଶତାଧିକ

ଆଇରନ ଟ୍ରକ ବେପରୁଆ ଭାବେ ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ଲୋକଙ୍କ ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ କରି ୨୨୦ନମ୍ବର ଜାତୀୟ ରାଜପଥକୁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅବରୋଧ କରି ରଖିଛନ୍ତି । ବଡଡାଳିମା ଛକରେ ରାଜପଥ ଉପରେ ମେଟାଲ ଚିପସ ପକାଇ ଗତକାଲି ଠାରୁ ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଟ୍ରାନ୍ସପାର୍ଟ କମ୍ପାନୀ ଆସି କ୍ଷୟକ୍ଷତି ଦେବା ପରେ ହିଁ ଧାରଣା ରୁ ଓହରିବେ ବୋଲି ଅଡ଼ି ବସିଛନ୍ତି । ଉତ୍ତ୍ୟକ୍ତ ଲୋକେ ଛିଡା ହୋଇଥିବା ଆଇରନ ଟ୍ରକ ଗୁଡିକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.