ଭାରତ: କରୋନାକୁ ମାତ୍ ଦେବା ପାଇଁ ନୂଆ ଭ୍ୟାକସିନ ପ୍ରସ୍ତୁତ, ଆଗୁଆ ୩୦ କୋଟି ଡୋଜ ବୁକ

କରୋନାର ୨ୟ ଲହରୀକୁ ଦୃଷ୍ଟିରେ ରଖି ଦେଶର ନାମୀ ଫାର୍ମା କମ୍ପାନୀ ବାୟୋଲୋଜିକାଲ ନୂଆ ଭ୍ୟାକସିନ ବାହାର କରିବାକୁ ଯାଉଛି । Corbevax ନାମକ ଭ୍ୟାକସିନ ଖୁବ ଶୀଘ୍ର ଭାରତରେ ବ୍ୟବହାର କରାଯିବ । ସରକାରଙ୍କ ପକ୍ଷରୁ ଏଥିପାଇଁ ୩୦ କୋଟି ଡୋଜ ଆଗୁଆ ବୁକ ହୋଇସାରିଛି । ଏଥପାଇଁ ୧୫୦୦ କୋଟି ଟଙ୍କା ମଧ୍ୟ ଦିଆଯାଇଛି । ଏହାକୁ କୌଣସି ନିୟାମକ କମ୍ପାନୀ ପକ୍ଷରୁ ଆପ୍ରୁଭାଲ ମିଳିନଥିବା ୧ମ ଟିକା , ଯାହାକୁ ଭାରତରେ ବ୍ୟବହାର କରାଯିବ ।

ଏହା ୨ଟି ଡୋଜରେ ଉପଲବ୍ଧ ହେବ । ଯାହାକି କରୋନା ଟିକା ଭାବେ ଖୁବ ଶସ୍ତା ଦାମ ରହିବ । ଏହି ଟିକା ପୂର୍ଣ୍ଣ ରୂପେ ସଂଯୋଜକ ପ୍ରୋଟିନ ପ୍ଲାଟଫର୍ମ ହୋଇଥିବାରୁ, ଏହାର ଉପଯୋଗ ପାଇଁ ଏବେ ଅପେକ୍ଷା ରହିଛି ।

ଏହା ହେପାଟାଇଟିସ ବି ଭଳି ରୋଗ ଆଦି ବିରୁଦ୍ଧରେ ମଧ୍ୟ କାର୍ଯ୍ୟକାରୀ ହେବ । ଏହାପୂର୍ବରୁ ଅଗଷ୍ଟ ୨୦୨୦ରେ ବିସିଏମ ଓ ବାୟୋ ପକ୍ଷରୁ ଭାରତରେ ଭ୍ୟାକସିନର ଟ୍ରାୟଲ ପାଇଁ ଯୋଜନା ଚାଲିଥିଲା । ଏବେ Corbevax ଟିକାର ଟେଷ୍ଟିଂ ପରେ ଏହାର ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.