ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାକୁ ଜାତିସଂଘର ପ୍ରଶଂସା, ମହାମାରୀ ମୁକାବିଲାକୁ ତାରିଫ୍‌ କଲେ ମାମି ମିଜୁତୋରି

କେନ୍ୟୁଜ୍(ବ୍ୟୁରୋ):  ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାକୁ ଜାତିସଂଘର ପ୍ରଂଶସା । ତାରିଫ କଲେ ଜାତିସଂଘ ଡିଜାଷ୍ଟର ରିସ୍କ ରିଡକସନ୍‌ ବା UNDRR ମୁଖ୍ୟ ମାମି ମିଜୁତୋରି । ସେ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ଓଡ଼ିଶା ପାଖରୁ ଶିଖିବା ଦରକାର । ଓଡ଼ିଶାର ବିପଦ ବିପର୍ଯ୍ୟୟ ପ୍ରଶମନର ସୁପରିଚାଳନା ଅନ୍ୟମାନେ ଶିଖିବା ଦରକାର ବୋଲି ମାମି ମିଜୁତୋରି କହିଛନ୍ତି । ଏକ୍ଷେତ୍ରରେ ସେ ଓଡ଼ିଶାର ଉଦାହରଣ ରଖିଛନ୍ତି । ଏହାସହ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ତାରିଖ କରିଛନ୍ତି ।

ମାମି ମିଜୁତୋରି କହିଛନ୍ତି, ୨୦୦୦ ମସିହାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ପରେ ବିପର୍ଯ୍ୟୟ ମୁକାବିଲା ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ୧୯୯୯ ମହାବାତ୍ୟା ପରେ ଆଗକୁ ସତର୍କ ସୂଚନା ସହ ସ୍ଥାନାନ୍ତର ପଦକ୍ଷେପ ଯୋଗୁ ଆଉ ସେଭଳି ଧନଜୀବନ କ୍ଷତି ହୋଇନାହିଁ । ପୂର୍ବରୁ ୨୦୧୩ରେ ବାତ୍ୟା ଫାଇଲିନ୍‌ ବେଳେ ଓଡ଼ିଶାକୁ ପ୍ରଶଂସା କରିଥିଲା ଜାତିସଂଘ । ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରି ବିପର୍ଯ୍ୟ ମୁକାବିଲାରେ ଓଡ଼ିଶା ମଡେଲ୍‌ ପାଲଟିଥିଲା ।

ସେହିପରି ମହାମାରୀ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାକୁ ପ୍ରଂଶସା କରିଛନ୍ତି UNDRR ମୁଖ୍ୟ ମାମି ମିଜୁତୋରି ।.

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.