ଆଶ୍ୱସ୍ତିକର ଖବର, ୨୪ ଘଣ୍ଟାରେ କେରଳ ଛୁଇଁପାରେ ମୌସୁମୀ

କେନ୍ୟୁଜ୍(ବ୍ୟୁରୋ):  ୨୪ ଘଣ୍ଟାରେ କେରଳକୁ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ-ତାମିଲନାଡୁ ଅତି ନିକଟରେ ପହଁଞ୍ଚି ଗଲାଣି । ମୌସୁମୀର ଉତ୍ତର ଭାଗ ବର୍ତ୍ତମାନ ସମୟରେ କୋମୋରିନ ସାଗର ତଟଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ରହିଥିବା ଜଣାପଡିଛି । ତେଣୁ ଆଗାମୀ ୨୪ ଘଣ୍ଟାରେ ଏହା କେରଳ ଛୁଇଁପାରେ ବୋଲି ଆଶା କରାଯାଉଛି ।

କେରଳରେ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ମୌସୁମୀ ପହଁଚିଥାଏ, ସେଠାରେ ବର୍ଷା ହୋଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମେ ୨୧ ତାରିଖରେ ମୌସୁମୀ ପହଁଚି ସାରିଛି । ଜୁନ ୧ ତାରିଖରେ ମୌସୁମୀ ବାୟୁ କେରଳରେ ଛୁଇଁଥାଏ । ହେଲେ ଏଥର ମେ’ ୩୧ ତାରିଖରେ ମୌସୁମୀ କେରଳରେ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.