କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ବଳଦେବଜୀଉଙ୍କ ଆଶୀର୍ବାଦ ରହିଲେ କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ହେବ

କେନ୍ଦ୍ରାପଡା(କେନ୍ୟୁଜ୍):  କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଳଦେବଜୀଉଙ୍କ ଆଶୀର୍ବାଦ ରହିଲେ କେନ୍ଦ୍ରାପଡ଼ାରେ ଶିଳପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାସହ ଖୁବ ଶୀଘ୍ର କୋଷ୍ଟାଲ ହାଇୱେ ମଧ୍ୟ ନିର୍ମାଣ କରାଯିବ।

dharmendra pradhan

ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ, କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି। କେନ୍ଦ୍ରାପଡ଼ାରେ କୋଭିଡ ଟିକା ନେଇଥିବା ୧୬ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ନେଇ ମଧ୍ୟ ଆଲୋଚନା କରିଥିଲେ। ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ଧର୍ମେନ୍ଦ୍ର ।

ସେହିପରି ମହାକାଳପଡ଼ା ବ୍ଲକର ବରକନ୍ଧା ପଞ୍ଚାୟତର ଆଖଡ଼ାଶାଳି ଠାରେ ମହାନଦୀର ଶାଖା ନଦୀରେ ଏକ ବନ୍ଦର ପ୍ରତିଷ୍ଠା ହେବ। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ଲୋକଙ୍କୁ ନିଯୁକ୍ତି ମିଳିବ। ଏହି ପ୍ରକଳ୍ପ ପାଇଁ ପାରାଦୀପ ବନ୍ଦର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ନୀତିଗତ ଅନୁମୋଦନ ହୋଇସାରିଥିବା ବେଳେ ଖୁବ ଶୀଘ୍ର ଏମଓୟୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।  ପୂର୍ବରୁ ଡିସେମ୍ବର ୨୦୨୦ରେ ମହାକାଳପଡ଼ାର ବନ୍ଦର ଅଞ୍ଚଳ ବୁଲି ଦେଖିଛନ୍ତି ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫ଟି ସଚିବ ଭିକେ ପାଣ୍ଡିଆନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.