Video: ଆରାମରେ ଶୋଇଥିଲା କଙ୍କଡ଼ା, ଏମିତି ହଇରାଣ କରୁଥିଲା ଦୁଷ୍ଟ ବିଲେଇ; ଆଉ ଯେତେବେଳେ କଙ୍କଡ଼ା କାମୁଡ଼ି ଧରିଲା, ତ ବିଲେଇ ଉଡ଼ିଲା ପବନରେ

ସୋସିଆଲ ମିଡିଆରେ ଏକ ବିଲେଇ-କଙ୍କଡ଼ାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ବିଲେଇଟି ଆରାମରେ ଶୋଇଥିବା ଏକ କଙ୍କଡ଼ାକୁ ବହୁତ ହଇରାଣ କରୁଛି। ତାକୁ ବାରମ୍ବାର ପଞ୍ଝାରେ ଛୁଉଁଛି। କିନ୍ତୁ ଯେତେବେଳେ କଙ୍କଡ଼ାଟି ରାଗି ଯାଉଛି, ତ ସେ ବିଲେଇ ସହ ଏମିତି କିଛି କରୁଛି, ଯଦ୍ଦ୍ଵାରା ବିଲେଇଟି ଛଟପଟ ହୋଇ ଡେଇଁବାକୁ ଲାଗୁଛି।

ବିଲେଇ, କଙ୍କଡ଼ା ସହ ଲାଗୁଥିବା ବେଳେ କଙ୍କଡ଼ା ବିଲେଇର ପଞ୍ଝାକୁ ହଠାତ୍‌ କାମୁଡ଼ି ଧରୁଛି। ଏହି ସମୟରେ ବିଲେଇ ଯେପରି ଛଟପଟ ହେଉଛି, ତାକୁ ଦେଖିଲେ ଆପଣ ବି ନିଜ ହସକୁ ରୋକିପାରିବେ ନାହିଁ। ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୧ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.