Below header

ଗଜପତିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ସ୍ୱତନ୍ତ୍ର ଅନୁଦାନର ବିନିଯୋଗର କଲେ ସମୀକ୍ଷା

ଗଜପତି(କେନ୍ୟୁଜ୍): ଓଡ଼ିଶାର ୧୦ ଜିଲ୍ଲାକୁ ଆସୁଥିବା ସ୍ୱତନ୍ତ୍ର ଅନୁଦାନ ବିନିଯୋଗର ସମୀକ୍ଷା କରିବାକୁ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ଖାଦ୍ୟ ପକ୍ରିୟା କରଣ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ବିଜେପି ନେତା ଓ କର୍ମୀଙ୍କ ସହ ଆଲୋଚନା କରିବା ସହ ଗୁରୁମନ୍ତ୍ର ଦେଇଥିଲେ । ଏହି ଅବସରରେ କଂଗ୍ରେସର କିଛି ନେତା ବିଜେପିରେ ଯୋଗ ଦେଇଥିଲେ ।

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାପାଳ, ଜିଲ୍ଲାପରିଷଧ ଅଧ୍ୟକ୍ଷ, ମୋହନା ଓ ପାରଳାଖେମୁଣ୍ଡି ବିଧାୟକ ସମେତ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ଆକାଂକ୍ଷୀ ଜିଲ୍ଲା ଗୁଡିକୁ କେନ୍ଦ୍ର ସରକାର ଦେଉଥିବା ସମସ୍ତ ସୁବିଧାର ଅଭିବୃଦ୍ଧି ଓ ପାନୀୟ ଜଳ, ଜଳ ସେଚନ ପ୍ରକଳ୍ପ ନିର୍ମାଣ ଓ ପୁନରୁଦ୍ଧାରର ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ। ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ସରପଞ୍ଚ ଓ କିଛି ଏସଏଚଜିଙ୍କ ସହ ଭେଟିଥିଲେ । ଶେଷରେ ଏକ ସମ୍ବାଦିକ ସମ୍ମିଳନୀରେ ଜିଲ୍ଲାପ୍ରସାସନ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.