ମହୁଳପାଟି ଗାଁ ପାଖ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଗିରଫ, ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କଲା ପୋଲିସ୍

କଣ୍ଟାବାଞ୍ଝି(କେନ୍ୟୁଜ୍): ମହୁଳପାଟି ଗାଁ ପାଖ ଜଙ୍ଗଲ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ତୁରେକେଲା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କରିଛି । ଗତ ୧୫ ତାରିଖରେ ତୁରେକେଳା ଥାନା ମହୁଳପାଟି ଗାଁ ପାଖ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା ।

ତଦନ୍ତ ପରେ ଦୁଇ ଜଣଙ୍କୁ ଗିରଫ କରିଛି ତୁରେକେଳା ପୋଲିସ । ମୃତ ବୃଦ୍ଧ ଜଣକ ହେଲେ ବେଳପଡା ଥାନା ଶୁନାମୁଦି ଗାଁର ଶିଶୁ ସୁନାନୀ । ବୁଢାଛପର ଗାଁର ଲଳିତ ହଂସ ଓ ପାଖ ଗାଁର ମଦନ ବାଗ ଘରେ ଏକ କାମ ଅଛି କହି ବୃଦ୍ଧଙ୍କୁ ଏକ ବାଇକରେ ନେଇ ଯାଇଥିଲେ । ପରେ ସେମାନେ ମଦ ପିଇ ହତ୍ୟା କରିଥିଲେ । ପୂର୍ବ ଶ୍ରତ୍ରୁତା ପାଇଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.