ପଶ୍ଚିମବଙ୍ଗରେ ବିଜେପିର ଉପବାସ ପ୍ରତିବାଦ, ନିର୍ବାଚନୀ ପରିବର୍ତ୍ତି ହିଂସାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନୀ ପରିବର୍ତ୍ତି ହିଂସା ପ୍ରତିବାଦରେ ବିଜେପିର ଉପବାସ ପ୍ରତିବାଦ । ବିଜେପି କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି । ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଉପବାସ କରାଯିବ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଛନ୍ତି, ପଶ୍ଚିମବଙ୍ଗବାସୀଙ୍କୁ ତୃଣମୂଳ କଂଗ୍ରେସ କେଉଁ ପ୍ରକାରର ଶାସନ ଦେବାକୁ ଯାଉଛି ତାହା ପ୍ରତିଫଳିତ ହେଉଛି । ଦେଶର କୌଣସି ଅଞ୍ଚଳରେ ଏଭଳି ହିଂସା କଳ୍ପନାଯୋଗ୍ୟ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.