Below header

କୋଭିଡ-୧୯ ସହାୟତାର ହାତ ବଢାଇଲା VIVO, ଦାନ କଲା ୧୦ କୋଟି ଟଙ୍କା

ଚୀନ ସ୍ମାର୍ଟଫୋନ ମେକର ଭିଭୋ କୋଭିଡ ସହାୟତା ପାଇଁ ଭାରତକୁ ୧୦ କୋଟି ଟଙ୍କାର ସହାୟତା ଦେବ ବୋଲି ଘୋଷଣା କରିଛି। ଏହା ପୂର୍ବରୁ ଭିଭୋ ୨ କୋଟି ଟଙ୍କା ଦାନ କରିବ ବୋଲି ଘୋଷଣା କରିଥିଲା। ଏବେ ଏହି ଟଙ୍କା ମିଶାଇ କମ୍ପାନୀ ଭାରତକୁ ୧୦ କୋଟି ଟଙ୍କାର ସହାୟତା ଦେବ।

ଏହି ଅର୍ଥ ଅକ୍ସିଜେନ କନସେନଟ୍ରେଟର ଏବଂ ଅକ୍ସିଜେନ ସିଲିଣ୍ଡର କିଣିବାକୁ ବ୍ଯବହାର କରାଯିବ। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଭିଭୋ ଏହି ପଇସାକୁ ଅନେକ ସରକାରୀ ହସପିଟାଲରେ କୋଭିଡ ସପୋର୍ଟ ଦେବା ପାଇଁ ବ୍ଯବହାର କରାଯିବ।

ଭିଭୋ ଇଣ୍ଡିଆ କହିଛି, ଏବେ ଆମେ ସମସ୍ତେ ବହୁତ ଖରାପ ଅବସ୍ଥାରେ ଗତି କରୁଛେ। ଏହି ଟାଇରେ ପରସ୍ପରକୁ ସହାୟତା କରିବା ବେଶ ଜରୁରୀ। ଭିଭୋ ଏଥିପାଇଁ ପ୍ରତିବଦ୍ଧ। ଭିଭୋ ଇସ୍କନ ସହିତ ପାଟର୍ନରସିପ ମଧ୍ୟ କରିଛି। ଏହି ପାର୍ଟନରସିପରେ ୧୦୦, ୦୦୦ ପ୍ଯାକେଟ ଖାଦ୍ଯ ମାଗଣାରେ ମଧ୍ୟ ବାଣ୍ଟିବ। ଏହି ପ୍ଯାକେଟକୁ ଗୁରୁଗ୍ରାମ ଏରିଆରେ କୋଭିଡ ରୋଗୀଙ୍କ ଘରକୁ ପଠାଯିବ।

ଏହାଛଡା ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ମଧ୍ୟ କମ୍ପାନୀ ପାର୍ଟନରସିପ କରୁଛି। ଏହା ଅଧିନରେ ଭିଭୋ ଦିଲ୍ଲୀ ସରକାରୀ ସ୍କୁଲରେ ୫୦୦ ପିଲାଙ୍କୁ ହାପିନେସ କିଟ୍ ମଧ୍ୟ ଦେବ। ଏହା ୬ ମାସ ପର୍ଯ୍ଯନ୍ତ ଚାଲିବ ବୋଲି ସୂଚନା ମିଳିଛି। କେବଳ ଭିଭୋ ନୁହେଁ ଅନ୍ଯ ଚୀନ କମ୍ପାନୀ ସାଓମୀ, ରିଅଲ ମି ଏବଂ ଓପୋ ମଧ୍ୟ ସହାୟତା ଆଗକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.