ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

ଯାଜପୁର ରୋଡ୍(କେନ୍ୟୁଜ୍): ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ସମସ୍ତ ୩ ଜଣ ମୃତକ ମହିଳା। ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ମିଳିବ ୫ ଲକ୍ଷ ଟଙ୍କା। ରେଲେଓ୍ଵ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ହୋଇଛି। ଗୁରୁତର ଆହତଙ୍କୁ ମିଳିବ ଏକ ଲକ୍ଷ ଟଙ୍କାର ସହାୟତା। ସାମାନ୍ୟ ଆହତଙ୍କୁ ମିଳିବ ୨୫ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ ରେଲେଓ୍ଵ ଚିଫ୍‌ ପିଆରଓ।

କେମିତି ହେଲା ଦୁର୍ଘଟଣା ? କେଉଁ ପରିସ୍ଥିତିରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ ? ଟ୍ରେନରେ ତ୍ରୁଟି ନା ଟ୍ରାକରେ ଥିଲା ତ୍ରୁଟି ? ପ୍ଲାଟଫର୍ମରେ କେତେ ଲୋକ ଥିଲେ ? ଦୁର୍ଘଟଣାର କାରଣ ଖୋଜା ଚାଲିଛି । ଦୁର୍ଘଟଣାସ୍ଥଳରେ ଇଷ୍ଟକୋଷ୍ଟ ରେଲେଓ୍ଵର ବରିଷ୍ଠ ଅଧିକାରୀ ପହଞ୍ଚି ଖୋଳତାଡ ଚଳାଇଛନ୍ତି । ଏବେ ଉଦ୍ଧାର କାର୍ଯ୍ୟକୁ ଦିଆଯାଇଛି ପ୍ରାଥମିକତା । ଦୁର୍ଘଟଣା ରିଲିଫ୍‌ ଟ୍ରେନ୍‌ ଓ ଦୁର୍ଘଟଣା ରିଲିଫ ମେଡିକାଲ୍‌ ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏପଟେ ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତାହତ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.