ବାଲେଶ୍ୱରରେ ଅଜଣା ରୋଗ ସନ୍ଦେହ

ବାଲେଶ୍ୱର : ଅଜଣା ରୋଗ ସନ୍ଦେହ। ବାଲେଶ୍ୱର ହସ୍ପିଟାଲରେ ୮ ଜଣ ଗୋଆ ଫେରନ୍ତାଙ୍କୁ ଭର୍ତ୍ତି କରାଯାଇଛି। ଏମାନଙ୍କୁ ଜ୍ୱର ହେବା ସହ ମୁଣ୍ଡ ବ୍ୟଥା ହେଉଛି। ଭାଇରାଲ୍‌ ଫିଭର୍‌ କିମ୍ବା କୌଣସି ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ରକ୍ତ ନମୁନା ପରୀକ୍ଷା ପାଇଁ କଟକ ପଠାଯିବ। ସମସ୍ତ ଅସୁସ୍ଥଙ୍କ ଘର ଭୋଗରାଇରେ। ଏମାନେ ଗୋଆରେ ହୋଟେଲରେ କାମ କରୁଥିଲେ।

କିଛି ଦିନ ତଳେ ଏମାନଙ୍କ ସହ ସେଠାରେ କାମ କରୁଥିବା ଭୋଗରାଇ ଅଞ୍ଚଳର ଦୁଇ ଜଣଙ୍କର ଜ୍ୱର ହେବା ସହ ମୁଣ୍ଡ ବୁଲାଉଥିଲା। ଏହାପରେ ସେମାନଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ସମାନ ଲକ୍ଷଣ ୮ ଜଣଙ୍କ ପାଖରେ ଦେଖାଯିବାକୁ ସେମାନେ ଘରକୁ ଫେରିଛନ୍ତି। କୌଣସି ଭୂତାଣୁ ଜନିତ ରୋଗରେ ଶିକାର ହୋଇ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ଓ ଅନ୍ୟମାନେ ଅସୁସ୍ଥ ହେବା ଭୋଗରାଇ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

Leave A Reply

Your email address will not be published.