Below header

କେନ୍ଦ୍ରାପଡା: ରାଜନଗର ପେଣ୍ଠ ବେଳାଭୂମିର ଜଉଦିଆ ନିକଟରେ ପଡି ରହିଛି ୨ଟି ଅଚିହ୍ନା ମୃତ ଦେହ, ଉଭୟଙ୍କୁ ହତ୍ୟା ସନ୍ଦେହ

ରାଜନଗର(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିର ଜଉଦିଆ ନିକଟରେ ପଡିଛି ୨ଟି ଅଚିହ୍ନା ମୃତ ଦେହ ।  ପୁଅ ଏବଂ ଝିଅ ଦୁଇଟି ମୃତ ଦେହ ପାଖା ପାଖି ପଡିଥିବା ଦେଖିବାକୁ ମିଳିଛି।   ଝିଅର ଡାହାଣ ହାତ ନଥିବା ବେଳେ ପୁଅର କାନରୁ ରକ୍ତଶ୍ରାବ ହୋଇଥିବାର ଚିହ୍ନ ରହିଛି।  ତେବେ ଉଭୟଙ୍କୁ  ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି ।

ପ୍ରଥମେ ରାଜନଗର ବନବିଭାଗ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଦେଖିବା ଉଭୟଙ୍କ ମରଶରୀର ଦେଖିବାକୁ ପାଇଥିଲେ। ପରେ ଘଟଣାସ୍ଥଳରେ ରାଜନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.