ଓଡ଼ିଶାର ୮ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମରହୁଛି, ଖୁବଶୀଘ୍ର ହୋଇପାରେ ଅନଲକ୍‌

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର ୮ ଜିଲ୍ଲା ଖୁବଶୀଘ୍ର ହୋଇପାରେ ଅନଲକ୍‌ । ଏହି ୮ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ ସହ ଆକ୍ଟିଭ କେସ୍‌ ହଜାରରୁ କମ ରହିଛି । ଓଡ଼ିଶା କରୋନା ଗ୍ରାଫ ଦର୍ଶାଉଛି ବିଭିନ୍ନ ଜିଲ୍ଲାର ନିମ୍ନଗାମୀ ପଜିଟିଭ୍‌ ହାର । ୧୨ ଜିଲ୍ଲାରେ ୫ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର। ପଶ୍ଚିମ ଓଡ଼ିଶାର ୯ ଜିଲ୍ଲାରେ ପଜିଟିଭ୍‌ ହାର ୫ ପ୍ରତିଶତ ତଳେ ରହିଛି । ଏସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି ଓ ଦେବଗଡ଼ । ଆଗକୁ ଏସବୁ ଜିଲ୍ଲାରେ ଲକଡାଉନ୍‌ କଟକଣାରେ କୋହଳ ହୋଇପାରେ । ସେହିପରି ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପଜିଟିଭି ରେଟ୍‌ ୫ ପ୍ରତିଶତ ତଳେ ରହିଛି । ଏସବୁ ଜିଲ୍ଲାରେ ଅନଲକ୍‌ ଉପରେ ବି ସରକାର ବିଚାର କରୁଛନ୍ତି ।

୧୧ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତି ଉପରେ ସମୀକ୍ଷା କରି ସଂକ୍ରମଣ ହାର କମୁଥିବା ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ଉପରେ ସରକାର ବିଚାର କରୁଛନ୍ତି। ଗ୍ରୀନ୍‌ ଜୋନ୍‌ ଜିଲ୍ଲା ଗୁଡିକରେ ଖୁବଶୀଘ୍ର ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଉଭୟ ଦୈନିକ ସଂକ୍ରମଣ ଓ ଆକ୍‌ଟିଭ୍‌ କେସ୍‌ରେ ଗ୍ରୀନ୍‌ ଜୋନ୍‌ରେ ଅଛନ୍ତି ୮ ଜିଲ୍ଲା। ଏହି ୮ ଜିଲ୍ଲାରେ ଖୁବ୍‌ଶୀଘ୍ର ଲକ୍‌ଡାଉନ୍‌ କଟକଣା କୋହଳ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.