ଭୂଟାନ ପରେ ଏବେ ନେପାଳରେ କୋରୋନିଲର ବ୍ୟବହାର ଉପରେ ଲାଗିଲା ରୋକ

କରୋନାକୁ ହରେଇବା ପାଇଁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଦ୍ୱାରା ନିର୍ମିତ କୋରୋନିଲ କିଟର ବ୍ୟବହାର ଉପରେ ନେପାଳ ତରଫରୁ ଲାଗିଛି ରୋକ । ଯୋଗଗୁରୁ ବାବା ରାମଦେବ ନେପାଳକୁ ଉପହାର ଆକାରରେ କୋରୋନିଲ କିଟ ପଠାଇଥିଲେ । କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ନେପାଳ ସରକାର ମନା କରିଛନ୍ତି ।

ନେପାଳ ସରକାରଙ୍କ କହିବା ଅନୁଯାୟୀ, କୋରୋନିଲ କରୋନା ମହାମାରୀକୁ ହରେଇବାରେ ସକ୍ଷମ ନୁହେଁ । ତେଣୁ ଏହାର ବ୍ୟବହାର ଉପରେ ନେପାଳ ସରକାର ରୋକ ଲଗାଇଛନ୍ତି । ରିପୋର୍ଟସ ମୁତାବିକ, ନେପାଳ ସରକାରଙ୍କ କହିବା ଅନୁଯାୟୀ ଏହାର ୧୫୦୦ କିଟ ବ୍ୟବହାର ସତ୍ତ୍ୱେ ମଧ୍ୟ ଏହା କରୋନାକୂୁ ଲଢ଼ିବାରେ ଅସମର୍ଥ । କୋରୋନିଲ କିଟରେ ସାମିଲ ଥିବା ଟାବଲେଟ ଏବଂ ନାକରେ ପକାଯାଉଥିବା ତେଲ କରୋନା ଭାଇରସ ସହ ଲଢ଼ିବାରେ ସହାୟକ ହେଉନାହିଁ । ଏହା ଭ୍ୟାକସିନ ସହ ସମକକ୍ଷ ନୁହେଁ ।

KJV
pc: aajtak

ଏହା ସମ୍ପର୍କରେ ନେପାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ । ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରବକ୍ତା ମଙ୍ଗଳବାର ଦିନ କହିଛନ୍ତି ଯେ, ନେପାଳ ସରକାର ପତଞ୍ଜଳିର ଆୟୁର୍ବେଦ ଆଧାରିତ କୋରୋନିଲ ଉପରେ ଅଧିକାରିକ ଭାବେ କୌଣସି ରୋକ ଲଗାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.