ECMO ବ୍ୟବହାର କାହିଁକି ବ୍ୟୟ ବହୁଳ ? ଜାଣନ୍ତୁ ଏହା କିପରି କାମକରେ…

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ରୋଗୀଙ୍କ ପାଇଁ ECMO ବ୍ୟବହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି । ପରେ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏହା ଏକ କୃତ୍ରିମ ପ୍ରକ୍ରିୟା ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ଭାବେ ମେଣ୍ଟେନ କରିହେବ । ଏହା ଏକ ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ଲକ୍ଷ ଟଙ୍କା ଦରକାର ପଡୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ୧ଲକ୍ଷ ରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଗରୁ ଫୁସୁଫୁସ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା ।

କୋଭିଡ ପରିସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି,ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇଲେ ସାମୟିକ ଭାବେ ଏହି ମେସିନ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଲାଇଭ ସେଭିଂ instrument । ଶେଷ ଆଶା ଏଇଟା live save କରିବା ପାଇଁ । କିନ୍ତୁ ଏଥିପାଇଁ ମାନବସମ୍ବଳ ଆବଶ୍ୟକ । ନନ କୋଭିଡ ସମୟରେ ଏହାର ବ୍ୟବହାର କମ ଥିଲା । ରାଜ୍ୟରେ ୬ଟି ECMO ୟୁନିଟ ପାଇଁ ଟେଣ୍ଡର ସରିଛି । ଭାରତରେ ଏହି ମେସିନ ଉତ୍ପାଦନ ହେଉନି । ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.