ଆଜି ଆସିବ ସହରାଞ୍ଚଳ ନିର୍ବାଚନ ରେଜଲ୍ଟ: ସକାଳ ୮ଟାରୁ କାଉଣ୍ଟିଂ ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଖୋଲିବ ଇଭିଏମ୍‌ ପେଡି । ଆସିବ ସହରାଞ୍ଚଳ ନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ରାଜ୍ୟର ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଓ ୩ଟି ମହାନଗର ନିଗମ ନିର୍ବାଚନର ଭୋଟ ଗଣତି ହେବ । ପ୍ରତି ବିଜ୍ଞାପିତ ପରିଷଦର ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ହେବ ଭୋଟ ଗଣତି ।

ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ ଗଣତି ପୂର୍ବରୁ ହେବ ପୋଷ୍ଟଲ ବାଟାଲ ଗଣତି । ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳ ଘୋଷଣା କରାଯିବ । କିଏ ମାରିବ ବାଜି ରାଜନୈତିକ ଦଳଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.