ବାହାଘରରେ ଫୁଟିବନି କି ବାଜିବନି, ବିଏମ୍‌ସିର କଟକଣା ରାତି ୧୦ ପରେ ଡିଜେ ବନ୍ଦ, ନମାନିଲେ ବଡ଼ ଅସୁବିଧା

ଭୁବନେଶ୍ୱର(କେନ୍ୟୁଜ୍‌) : ବାହାଘରରେ କଟକଣା ଲଗାଇଲା କମିଶନରେଟ ପୋଲିସ । ରାତି ୧୦ ଟା ପରେ ବାଜା ବାଜିବ ନାହିଁ କି ବାଣ ଫୁଟିବ ନାହିଁ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ।

ବାହାଘର ଲଗ୍ନ ସୁଝିବା ପରେ ସବୁଠି ଜୋରଦାରରେ ଚାଲଛି ବାହାଘର । ହେଲେ ବାହାଘର ଆଉ ଆଗ ଭଳି ଜାକଜମକରେ ହୋଇ ପାରିବ ନାହିଁ । ବିନା ବାଣରେ ଯିବେ ବାରାତି । ଭୁବନେଶ୍ୱରରେ ବାହାଘରରେ ଫୁଟିବ ନାହିଁ ବାଣ । ବିବାହ ଶୋଭାଯାତ୍ରାରେ ଆତସବାଜି ଫୁଟାଇବା ଉପରେ କଟକଣା ଜାରି କରିଛି କମିଶନରେଟ ପୋଲିସ ।

ସେହିପରି ରାତି ୧୦ଟା ପରେ ବିବାହ ଶୋଭାଯାତ୍ରାରେ ଡିଜେ ବାଜିବା ମନା । ଏନେଇ ବି କଟକଣା ଜାରି କରିଛି ପୋଲିସ । ଯଦି କୌଣସି ସ୍ଥାନରେ ନିୟମର ଉଲ୍ଲଂଘନ ହେଉଛି ଡିସିପି ଅଫିସର ଲ୍ୟାଣ୍ଡଫୋନ୍ ନମ୍ବର କିମ୍ବା ୧୧୨କୁ କଲ୍ କରି ଣାଇବାକୁ କହିଛନ୍ତି ଭୁବନେଶ୍ୱର ଡିସିପି । ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା ଓ ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି ହୋଇଛି । ନିୟମର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.