ଦାୟିତ୍ୱହୀନତା ପାଇଁ ହେଲା ମାଓବାଦୀ ଆକ୍ରମଣ, ଆଲର୍ଟ ପରେ ବି ଅସୁରକ୍ଷିତ ବସ୍‌ ରେ ଯବାନଙ୍କୁ ପଠାଗଲା

ଗତ ସୋମବାର ଶ୍ରୀନଗରରେ ଯବାନମାନେ ଯାଉଥିବା ବସ୍‌ ଉରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ପଛର କାରଣ ହେଉଛି ଅବହେଳା।

କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୁପ୍ତଚର ଏଜେନ୍ସିମାନେ ଗତ ସପ୍ତାହରେ ଅନେକ ଥର ସୂଚନା ଦେଇଥିଲେ ଏବଂ ଘାଟିରେ ଉପତ୍ୟକାରେ ପୋଷ୍ଟ କରାଯାଇଥିବା ସୁରକ୍ଷା କର୍ମୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍ (SOP) ମଧ୍ୟ ଜାରି କରାଯାଇଥିଲା । ଏହାପରେ ବି ଯବାନମାଙ୍କୁ ବୁଲେଟଫ୍ରୁଫ ଗାଡିରେ ନ ପଠାଇବା ସବୁଠାରୁ ବଡ ଅବହେଳା ବୋଲି କୁହାଯାଉଛି। କାରଣ ବୁଲେଟପ୍ରୁଫ୍‌ ଗାଡିରେ ନଯିବାରୁ ଗତ ସୋମବାର ଆତଙ୍କବାଦୀ ଗୁଳିରେ ସହିଦ ହୋଇଥିଲେ ଦୁଇ ଜଣ ଯବାନ । ପୁଣିଏହି ଆକ୍ରମଣରେ ଆଜି ସହିଦ ହୋଇଛନ୍ତି ଆଉ ଜଣେ ଯବାନ ।

ରିପୋର୍ଟ ଅନୁଯାୟୀ ,ଭାରତୀୟସେନା ଗୁପ୍ତଚର ଏଜେନ୍ସିଗୁଡିକ ଜାରି କରିଥିବା ସୂଚନା ବୀବରଣି ରେ ଏତେ ବିଶେଷ କିଛି ନଥିଲା  କିନ୍ତୁ ଏହା ପରେ ବି ପୋଲିସ ଓ ସୁରକ୍ଷା ବାହିନୀ ଉପରେ ସନ୍ଦେହଜନକ ଆକ୍ରମଣ ହୋଇପାରେ ବୋଲି ଗୁପ୍ତଚର ଏଜେନ୍ସି ସୂଚନା ଦେଇଥିଲା । ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୧୧ ଜଣ ଗୁରୁତର ଅଛନ୍ତି ।

Indian Army
Picture Credit – Outlook India

 

ଗତ ସୋମବାର ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଜମ୍ମୁ-କଶ୍ମୀର ରୁ ସଶସ୍ତ୍ର ପୋଲିସ ପୋଲିସ କର୍ମଚାରୀଙ୍କୁ ନେଇ ଏକ ବସ୍ ଶ୍ରୀନଗର ବାହାରକୁ ଯାଉଥିଲା । ତେବେ ଗତ ସୋମବାର ସଂସଦରେ ୨୦୦୨ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଥିଲା | ଗତ ସପ୍ତାହରେ ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି ହୋଇଥିବା ସୋର୍ସ ଅନୁଯାୟୀ, ଆତଙ୍କବାଦୀମାନେ ପୁଲୱାମା ଆକ୍ରମଣ ଶୈଳୀରେ ବର୍ତ୍ତମାନ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ଗୁପ୍ତଚର ଜାରି ଦେଇଥିବା ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀ ଏବଂ ସେମାନଙ୍କ ସୂଚନାକାରୀଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା ଅଛି |

war
Picture Credit -Pixabay

ଗତ ସପ୍ତାହରେ ଭାରତୀୟ ସେନା ଏଜେନ୍ସି ଦ୍ୱାରା ଆନାଲିସିସରୁ ରୁ ଜଣାପଡିଥିଲା ଯେ ପାକିସ୍ତାନ ଆତଙ୍କୀ ସଙ୍ଗଠନ ‘’ଲକ୍ଶର-ଏ-ତୈବା’’ର ୯ ଜଣ ପ୍ରଶିକ୍ଷିତ ଓ ଦୁର୍ଦାନ୍ତ ଆତଙ୍କବାଦୀ , ଗୋଷ୍ଠି ହୋଇ ପୁଞ୍ଛ୍‍ ଆଡୁ ଜମ୍ମୁ-କଶ୍ମୀରରେ ପ୍ରବେଶ କରି ସାରିଲେଣି । ଏହି ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରେ ଆଟାକ କରିବା ପାଇଁ ହିଁ ଭାରତକୁ ଆସିଛନ୍ତି । ତେବେ ସୋର୍ସରୁ ଏହା ମଧ୍ୟ ଜଣା ପଡିଛି ଯେ କଶ୍ମୀରରେ ଥିବା ସରଣାର୍ଥିଙ୍କ ଉପରେ ମଧ୍ୟ ଆତଙ୍କବାଦୀମାନେ ଆଟାକ କରି ପାରନ୍ତି । ଗତ ମାସରେ ସିଆରପିଏଫ ଟିମ , ଯବାନଙ୍କ ଏକ ଏସଓପି ଜାରି କରିଥିଲେ ଓ ସେଥିରେ ଯବାନଙ୍କୁ ନିଜ ପାଖରେ ସବୁସମୟରେ ଅସ୍ତ୍ର ରଖିବା ପାଇଁ କୁହାଯାଇଥିଲା । ଏହା ସହିତ କ୍ୱିକ୍‌ ଆକ୍ସନ ଟିମ୍‌ କୁ ସବୁସମୟରେ ଆତଙ୍କବାଦୀ ସହ ଲଢେଇ କରିବା ପାଇଁ ନେଇ ରେଡି ରହିବା ପାଇଁ ମଧ୍ୟ କୁହାଯାଇଥିଲା । ତେବେ ଭାରତୀୟ ଗୁପ୍ତଚର ଏଜେନ୍ସି ପକ୍ଷରୁ ଯବାନଙ୍କ ଉପରେ ବିପଦ ଥିବା ଏସଓପି ଜାରି ହେବା ସତ୍ତ୍ୱେ ଯବାନମାନେ ବୁଲେଟପ୍ରୁଫ ଗାଡିରେ ନଯିବା, କେଉଁଠି ନା କେଉଁଠି ଅବହେଳା ଥିବା କଥାକୁ ଅସ୍ୱୀକାର କରାଯାଇନପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.