୧୧ମାସ ପ୍ଲାନରେ ମାସକୁ ମାତ୍ର ୮୧ଟଙ୍କା ଖର୍ଚ୍ଚ, ରିଲାଏନ୍ସ ଜିଓର ଅଫର

କେନ୍ୟୁଜ ଓଡିଶା : ରିଲାଏନ୍ସ ଜିଓର ରିଚାର୍ଜ ପ୍ଲାନ ୭୦୦ଟଙ୍କା ଯାଏଁ ମହଙ୍ଗା ହୋଇଛି । ଏହାସହ ଏୟାରଟେଲ, ଭୋଡା ଓ ଆଇଡିଆ ମଧ୍ୟ ନିଜ ନିଜର ପ୍ଲାନ ବଢାଇଛନ୍ତି । ଏପଟେ ପୂର୍ବ ଅପେକ୍ଷା ଲୋକଙ୍କର ମୋବାଇଲ ରିଚାର୍ଜ ଖର୍ଚ୍ଚ ବଢିଗଲାଣି । ଯଦିଓ ବର୍ତ୍ତମାନ ସମୟରେ କିଛି ରିଚାର୍ଜ ପ୍ଲାନ ରହିଛି ଯେଉଁମାନେ କି ପ୍ରାଇସ ବଢିଥିଲେ ବି କିଛିଟା ରିହାତି ଦେଉଛନ୍ତି । ରିଲାଏନ୍ସ ଜିଓ ପାଖରେ ଏମିତି ହିଁ ଭଲ ପ୍ଲାନ ରହିଛି । ରିଲାଏନ୍ସ ଜିଓରେ ଅନ୍ୟ ସବୁ ରିଚାର୍ଜ ପ୍ଲାନ ଠାରୁ ସସ୍ତା ପ୍ଲାନ ରହିଛି । ରିଲାଏନ୍ସସ ଜିଓର ଏହି ରିଚାର୍ଜରେ ମାସକର ଖର୍ଚ୍ଚ ୮୧ଟଙ୍କା ପଡୁଛି ।

ରିଲାଏନ୍ସ ଜିଓ ପାଖରେ ଗୋଟିଏ ପ୍ଲାନ ୮୯୯ଟଙ୍କାର ରହିଛି । ଏହି ପ୍ଲାନରେ ୩୩୬ଦିନ ଅର୍ଥାତ ୧୧ମାସର ଭ୍ୟାଲିଡିଟି ମିଳୁଛି । ଜିଓର ଏହି ପ୍ଲାନରେ ପୁରା ମାସକର ଖର୍ଚ୍ଚ ୮୧.୭୨ ପଇସା ପଡୁଛି । ଯଦି ପ୍ଲାନରେ ମିଳୁଥିବା ଫାଇଦାର କଥା କହିବୁ ତ ପ୍ଲାନରେ ୨୪ଜିବି ଡାଟା ମିଳୁଛି । ପ୍ଲାନରେ ସବୁ ନେଟୱର୍କରେ ଅନଲିମିଟେଡ କଲିଙ୍ଗର ଫାଇଦା ମିଳୁଛି । ଏହା ଛଡା ପ୍ରତି ୨୮ଦିନରେ ୫୦ ଏସଏମଏସ ପଠାଇବାର ସୁବିଧା ରହିଛି । ପ୍ଲାନରେ ଜିଓ ଆପର ଫ୍ରି ସସକ୍ରିବସନ ମଧ୍ୟ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.