ପ୍ରେମିକାକୁ ଧୋକ୍କା ଦେଇ ଉତ୍ତରପ୍ରଦେଶର ଫେରାର ପ୍ରେମିକ ବିଂଝାରପୁର ପୋଲିସ ଦ୍ୱାରା ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ପ୍ରେମିକାକୁ ଧୋକ୍କା ଦେଇ ଉତ୍ତର ପ୍ରଦେଶରୁ ଫେରାର ଥିବା ପ୍ରେମିକ ବିଂଝାରପୁର ପୋଲିସ ଦ୍ୱାରା ଗିରଫ। ପ୍ରେମିକ ସୁଶାନ୍ତ ବାରିକ କୁ ଗିରଫ କରିବା ପରେ କୋର୍ଟ ଚାଲାଣ କଲା ବିଂଝାରପୁର ପୋଲିସ।ଧୋକ୍କାବାଜ ପ୍ରେମିକକୁ ଧରିବା ପାଇଁ ପ୍ରେମିକା ଉତ୍ତରପ୍ରଦେଶ ରୁ ଆସି ଯାଜପୁରରେ ଡେରା ପକାଇଥିଲେ।

ସୂଚନା ମୁତାବକ ସୁଶାନ୍ତ ଉତ୍ତରପ୍ରଦେଶରେ କାମ କରୁଥିବା ସମୟରେ ଏହି ବିଧବା ମହିଳାଙ୍କୁ ବିବାହ କରିବା ସହିତ ଶାରୀରିକ ସମ୍ପର୍କ ରକ୍ଷା କରି ଓଡିଶା ପଳାଇ ଆସିଥିଲେ। ମହିଳା ଜଣକ ତାଙ୍କ ପିଛା କରି ଆସି ବିଂଝାରପୁର ଥାନାରେ ସୁଶାନ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣା ର ଅନୁସନ୍ଧାନ କରି ଆଜି ସୁଶାନ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

binjhrapur 2

ଅକ୍ଟୋବର ୧୩ରେ ପ୍ରତାରିତ ପ୍ରେମିକକୁ ପିଛା କରି ଉତ୍ତର ପ୍ରଦେଶରୁ ପ୍ରେମିକା ଆସି ଓଡିଶା ରେ ପହଂଚି ନ୍ୟାୟ ଭିକ୍ଷା କରିଥିଲେ। ଯାଜପୁର ବିଂଝାରପୁର ଥାନାରେ ପ୍ରେମିକା ଜଣକ ପ୍ରେମିକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ମଧୁସୂଦନପୁରର ସୁଶାନ୍ତ ବାରିକ ଉତ୍ତରପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ସମୟରେ ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ। ଏପରିକି ତାଙ୍କର ୪ ବର୍ଷର ଶିଶୁ ପୁତ୍ରଟିଏ ଅଛି। ସେ କିଛି ଦିନ ତଳେ ସେଠାରୁ ପଳାଇ ଆସି ବିଂଝାରପୁର ଅଂଚଳରେ ରହୁଥିବା ଖବର ପାଇ ଯୁବତୀ ଜଣକ ସ୍ଥାନୀୟ  ଥାନାରେ ସୁଶାନ୍ତଙ୍କ ବିରୋଧରେ ମୋକଦ୍ଦମା କରିଥିଲେ। ଏ ନେଇ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଥିଲେ। ସେପଟେ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରି ଯୁବକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.