ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣ, ଡୋଜ୍ ପ୍ରତି ୧୨୫୦ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଘରୋଇ ହସ୍ପିଟାଲରେ ଟୀକାକରଣ। ନିର୍ଧାରିତ ଦେୟ ଦେଇ ଟୀକା ନେଇପାରିବେ ଇଛୁକ ବ୍ୟକ୍ତି। ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରଥମ କରି ଆରମ୍ଭ ହେଲା ଏହି ସୁବିଧା।

ପ୍ରତି ଡୋଜ ଟିକାର ଦାମ ୧୨୫୦ ଧାର୍ଯ୍ୟ କରାଯାଇଛି। କୋଓ୍ୱିନ ଆପରେ ଅନଲାଇନ ସ୍ଲଟ ବୁକିଂ କରି ନେଇପାରିବେ ଟୀକା। ୪୫ ବର୍ଷରୁ ଅଧିକ ବୟସ୍କ ବର୍ଗଙ୍କ ପାଇଁ ଯଥେଷ୍ଟ ଟୀକା ଥିବା ଯୋଗୁଁ ୧୮ ରୁ ୪୪ ବୟସ ବର୍ଗଙ୍କୁ ପ୍ରାଥମିକତା ଦିଆଯିବ। ସରକାରୀ ସୂତ୍ରରୁ କେହି ପ୍ରଥମ ଡୋଜ ନେଇଥିଲେ ବି ଦ୍ୱିତୀୟ ଡୋଜ ଏଠାରେ ନେଇପାରିବେ।

ସମ୍ପୃକ୍ତ ଟୀକା କମ୍ପାନୀ ଠାରୁ ସିଧାସଳଖ ଟୀକା ଆଣି ଦେଉଛନ୍ତି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ। ଆଗକୁ ଅନ୍ୟ ଘରୋଇ ହସ୍ପିଟାଲରେ ବି ହୋଇପାରେ ଦେୟଯୁକ୍ତ ଟୀକାକରଣ। ଟିକାର ଅଭାବକୁ କିଛି ମାତ୍ରାରେ ଦୂର କରିପାରିବ ଏହି ବ୍ୟବସ୍ଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.