ପୋଷା କୁକରଙ୍କୁ ରକ୍ଷା କରି ସୋସିଆଲ ମିଡିଆରେ ଭାଇରାଲ ହେଲେ ଯୁବତୀ, ଦେଖନ୍ତୁ

ସୋସିଆଲ ମିଡିଆରେ ଭାଇରାଲ ହେଲା ଆଉ ଏକ ଭିଡିଓ । ଏହି ଭିଡିଓ ଦକ୍ଷିଣ କାଲିଫର୍ଣ୍ଣିଆର । ଏଠାରେ ଜଙ୍ଗଲୀ ଭାଲୁକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । abc7 ରିପୋର୍ଟ ଅନୁଯାୟୀ , ୧୭ ବର୍ଷର Hailey Morinico ନିଜ ପରିବାର ସହ ରୁହନ୍ତି । ଏହି ସମୟରେ ତାଙ୍କ ଫ୍ୟାମିଲି ଡଗ୍‌ସ ବା କୁକୁରଙ୍କୁ ବାହାରେ ଭୋକିବାର ଦେଖି ସେ ବାହାରକୁ ଆସିଥିଲେ ।

ପ୍ରକୃତରେ ଘଟଣାଟି ହେଲା, ସେହି ସ୍ଥାନରେ ଥିବା ପାଚେରୀ ଉପରେ ଅଚାନକ ଏକ ଜଙ୍ଗଲୀ ଭାଲୁ ଆସିଥିଲା । ପରେ ସେଠାରେ ଥିବା ଯୁବତୀ ଜଣକ ପୋଷା କୁକୁରକୁ ଆକ୍ରମଣ କରିବାକୁ ଲାଗିଲା । ଏହାକୁ ଦେଖି ବ୍ୟକ୍ତି ଜଣକ ଧାଇଁ ଆସିଥିଲେ । ପାଚେରୀ ଉପରେ ଥିବା ଭାଲୁକୁ ସାହାସିକତାର ସହ ଠେଲି ପୋଷା କୁକୁରକୁ ବଞ୍ଚାଇଥିଲେ ।

ରିପୋର୍ଟ ଅନୁଯାୟୀ , ଯୁବତୀ ଜଣକ ଜାଣିନଥିଲେ ଯେ, ସେ ଯାହାକୁ ଠେଲିବାକୁ ଯାଉଛନ୍ତି ସେ ଏକ ଜଙ୍ଗଲୀ ଭାଲୁ । କୁକରଙ୍କୁ ବଞ୍ଚାଇବାକୁ ଯାଇ ସେ ଏହି କାମ କରିଥିଲେ । ଯାହାପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏହି ସମୟରେ ତାଙ୍କୁ ଅଳ୍ପ ଆଘାତ ମଧ୍ୟ ହୋଇଥିଲା । ଏବେ ଏହି ଭିଡିଓକୁ ଦେଖି ଅନେକ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.