ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର(କେନ୍ୟୁଜ୍‌) : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆସାମ ଓ ଉତ୍ତରପ୍ରଦେଶ ଗସ୍ତ ସାରି ଆସନ୍ତା ୬ ତାରିଖରେ ସେ ଓଡ଼ିଶାରେ ପହଞ୍ଚିବେ । ଦୁଇ ଦିନ ରହଣିରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ୩ହଜାର ୯୩୩ଟି ଗାଁରେ ମୋବାଇଲ୍ ଟାଓ୍ଵାର ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନପ୍ରତିନିଧିଙ୍କ ସହ ଆଲୋଚନା କରିବେ।

ଏହାସହ ୨୦୭ଟି ନୂଆ ପୋଷ୍ଟ ଅଫିସ ସମ୍ପର୍କିତ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାପରେ ଭିଡିଓ କନ୍ଫରେନସିଂ ଜରିଆରେ ପୁରୀରୁ ରାଜଧାନୀ କୋଚ୍ ଲାଗିଥିବା ତପସ୍ୱିନୀ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବେ। ସାତ ତାରିଖ ଦିନ କଟକ ଓ ବାଲେଶ୍ୱର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ। କଟକରେ ଗୋପବନ୍ଦୁ ଇନ୍ଷ୍ଚିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ମୋବାଇଲ ହେଲ୍ଥ  ୟୁନିଟ୍ର ଶୁଭାରମ୍ଭ କରିବେ।

ଏହାସହ କଟକ ଷ୍ଟେସନରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବାଲେଶ୍ୱର ଯାଇ ବାଲେଶ୍ୱର-ଭୁବନେଶ୍ୱର ମେମୁ ଟ୍ରେନ ଚଳାଚଳର ଶୁଭାରମ୍ଭ ଏବଂ ନୀଳଗିରିଠାରେ ବାଲେଶ୍ୱର-ନୀଳଗିରି ଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ ।

କେବଳ ଏତିକ ନୁହଁ କେନ୍ଦ୍ର ମନ୍ତ୍ରୀ ବସ୍ତା ଯାଇ ସେଠାରେ ରେଳ ଷ୍ଟେସନର ଉନ୍ନତିକରଣକାର୍ଯ୍ୟର ଉଦ୍ ଘାଟନ ଓ ଜଳେଶ୍ୱର ଗସ୍ତରେ ଯାଇ ନୂଆ ଷ୍ଟେସନ ବିଲ୍ଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି ।