କାହାର କ୍ୟାରିୟର ର ଶେଷ ବର୍ଷ : କ୍ରିଷ୍ଟିଆନୋ ରୋନାଲ୍ଡୋ ନା ଲିଓନେଲ ମେସି ?

ଆପଣ ଜାଣିଥିବେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି, ଫୁଟବଲ ଦୁନିଆରେ ଏହି ଦୁଇଟି ନାମ ଖୁବ ଚର୍ଚ୍ଚିତ । ଏମିତିକି ଫୁଟବଲ ଦୁନିଆରେ ଏମାନଙ୍କର କୌଣସି ପରିଚୟ ଦରକାର ନାହିଁ । ଏହି ଦୁଇଜଣ ଫୁଟବଲ ଷ୍ଟାର କେହି କାହାଠାରୁ କମ୍‌ ନୁହେଁ । ନିଜ ନିଜ ଭିତରେ ଏମାନେ ଫୁଟବଲ ଦୁନିଆର ଲେଜେଣ୍ଡ । ଏମିତିକି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ଫ୍ୟାନ୍ସ ତାଙ୍କ ପାଇଁ ବହୁତ କ୍ରେଜି । ଏମିତିକି ନିଜର ମନ ପସନ୍ଦର ଷ୍ଟାରଙ୍କୁ ସେମାନେ କେବେ ଠାରୁ ଫୁଟବଲ୍‌ ପିଲ୍ଡରେ ଦେଖି ନାହାନ୍ତି ।

Foot ball star
Picture Credit – Sports Bibble

ଏ ଦୁହିଁଙ୍କ ଫ୍ୟାନ୍ସ ଫୁଟବଲ ମ୍ୟାଚ୍‌କୁ ଯେତେ ମିସ୍‌ କରୁଛନ୍ତି ତା ସହିତ ନିଜର ଫେଭରାଇଟ ଖେଳାଳୀଙ୍କୁ ମଧ୍ୟ । ତେବେ ଫ୍ୟାନ୍ସମାନଙ୍କ ମନରେ ଅନେକ କଥା ଥିଲେ ବି ଏହି ଦୁହି ଖେଳାଳୀଙ୍କ ମନରେ ପରସ୍ପର ପାଇଁ ଅନେକ ସ୍ନେହ ଓ ଭଲ ପାଇବା ରହିଛି । ତେବେ ୨୦୨୨ ଆସିସାରିଛି, ଦୁନିଆରେ ଆନେକ ଘଟଣା ମଧ୍ୟ ଘଟିବାରେ ଲାଗିଛି । ଏହାରି ଭିତରେ ବି ଚଳିତ ବର୍ଷ ହୁଏତ ରୋନାଲ୍ଡୋ ଓ ମେସିଙ୍କ କ୍ୟାରିୟର ପାଇଁ ଶେଷ ବର୍ଷ ହୋଇପାରେ । ପୁଣି ତାଙ୍କ ଫ୍ୟାନ୍ସମାନେ ଶେଷ ଥର ପାଇଁ ତାଙ୍କୁ ଖେଳୁଥିବାର ଦେଖିବେ ।

ରୋନାଲ୍ଡୋ ୩୭ ବର୍ଷରେ ପଦାର୍ପଣ କରିଥିବା ବେଳେ ମେସି ୩୫ ବର୍ଷରେ ପଦାର୍ପଣ କରିଛନ୍ତି । ତେଣୁ ଫିଫା ୱାର୍ଲ୍ଡକପ ମଧ୍ୟ ପାଖେଇ ଆସୁଛି । ଯାହାକି ହୁଏତ ଦୁଇଜଣ କିମ୍ବା ଜଣଙ୍କ ପାଇଁ ନିଜ କ୍ୟାରିୟର ର ଶେଷ ବର୍ଷ ହୋଇପାରେ । ଏମିତିବି ହୋଇପାରେ ଦୁଇଜଣଙ୍କ ମଧ୍ୟରୁ କେହି ମଧ୍ୟ ନ ଓହୋରି ପାରନ୍ତି । ଫିଫା ୱାର୍ଲ୍ଡ କପ ଏମିତି ଏକ ଷ୍ଟେଜ ଯେଉଁଠି ପର୍ତ୍ତୁଗାଲ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଆର୍ଜେଣ୍ଟିନା ଫିଟବଲ ଷ୍ଟାର ଲିଓନେଲ ମେସି ଶେଷ ଥର ପାଇଁ ଆମ୍ନା ସାମ୍ନା ହେବେ । ତେଣୁ କିଏ କାହାକୁ ଟକ୍କର ଦେବ ତାହା ଦେଖିବାକୁ ବାକି ରହିଲା । ୨୦୨୨ ଏହି ଦୁଇ ଫୁଟବଲ ପ୍ଲେୟାରଙ୍କ ଫ୍ୟାନ୍ସଙ୍କ ପାଇଁ ହୁଏତ ଇଣ୍ଟେରେଷ୍ଟିଙ୍ଗ ହେବାକୁ ଯାଉଛି । ଏହା ସହିତ ଦୁଇ ଲେଜେଣ୍ଡସ୍‌ ମଧ୍ୟ ନିଜ ଖେଳକୁ ନେଇ ସେତିକି ଉତ୍ସାହିତ ଅଛନ୍ତି ଯେତିକି ତାଙ୍କ ଫ୍ୟାନ୍ସ । ତେବେ କୋଭିଡ ସମୟରେ ସବୁ କୋଭିଡ୍‌ ଗାଇଡ୍‌ ଲାଇନ୍‌ ସହିତ ଖେଳର ଆୟୋଜନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.